ଚିକିତ୍ସା ଅହବେଳାରୁ ୩୦%ରୁ ଅଧିକ ମୃତ୍ୟୁ ହୋଇଛି: ନୀତି ଆୟୋଗ

ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟ ସେବା ଅବ୍ୟବସ୍ଥା ଜାରି ରହିଛି ବୋଲି ଏମସ୍‌ ଓ ନୀତି ଆୟୋଗଙ୍କ ରିପୋର୍ଟ । ରିପୋର୍ଟରେ କୁହାଯାଇଛି ଯେ, ସଠିକ ଚିକିତ୍ସା ଅଭାବରୁ ପ୍ରାୟ ୩୦%ରୁ ଅଧିକ ମୃତ୍ୟୁ ହେଉଥିହା ଏଥିରେ ଦର୍ଶାଯାଇଛି । ଚିକିତ୍ସକୀୟ ସୁବିଧାର ଅଭାବ ଯୋଗୁ ଦେଶର ସରକାରୀ ହସ୍ପିଟାଲ ସବୁ ଅବ୍ୟବସ୍ଥା ହୋଇଯାଇଥିବା ରିପୋର୍ଟରୁ ଜଣାପଡିଛି । ଉଲ୍ଲେଖ ଯୋଗ୍ୟଯେ ଏମସ ଓ ନୀତି ଆୟୋଗ ଦେଶର ବଡ଼ ହସ୍ପିଟାଲ ଓ ଜିଲ୍ଲା ହସ୍ପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସୁବିଧା ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରୁ ଏହି ହସ୍ପିଟାଲମାନଙ୍କ ଏମର୍ଜେନ୍ସୀ ୱାର୍ଡକୁ ଆସିଥିବା ୩୦ ପ୍ରତିଶତ ରୋଗୀ ଚିକିତ୍ସା ସେବା ନପାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏଥିରେ ଜରୁରି ଚିକିତ୍ସା ଅଭାବର ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ହେଉଛି ଆବଶ୍ୟକ ସମୟରେ ବିଶେଷଜ୍ଞ ଓ ବରିଷ୍ଠ ଡାକ୍ତର ନଥିବା କୁହାଯାଇଛି । ରିପୋର୍ଟ ଅନୁସାରେ ଦେଶର ଅଧିକାଂଶ ସରକାରୀ ହସ୍ପିଟାଲ ଏମାର୍ଜେନ୍ସୀ ୱାର୍ଡରେ ରେସିଡେଣ୍ଟ ଡାକ୍ତର ହିଁ ଡ୍ୟୁଟିରେ ରହୁଛନ୍ତି ।

ଏଣୁ ଏଠାକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ମିଳିବାରେ ବିଳମ୍ବ ହେଉଛି । ସଡକ ଦୁର୍ଘଟଣାରେ ଆହତ ରୋଗୀ ଏମାର୍ଜେନ୍ସୀ ଚିକିତ୍ସା ଯଦିଓ ହୋଇଯାଉଛି ଅନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା ଲାଗି ଆସୁଥିବା ରୋଗୀ ଡାକ୍ତରଙ୍କ ଅଭାବରୁ ମୃତ୍ୟୁମୁଖରେ ପଡୁଥିବା ଜଣାପଡିଛି । ଏହା ଛଡା ଦେଶର ମାତ୍ର ୯% ହସ୍ପିଟାଲରେ ଏମାର୍ଜେନ୍ସୀ ବିଭାଗରେ ଜରୁରୀ ଔଷଧ ଉପଲବ୍ଧ ରହୁଥିବା ବେଳେ ଅନ୍ୟ ହସ୍ପିଟାଲରେ ରହୁନଥିବା ଜଣାପଡିଛି । ସେହିପରି ୯୧% ହସ୍ପିଟାଲରେ ଏମାର୍ଜେନ୍ସୀ ଲାଗି ଆମ୍ବୁଲାନ୍ସ ଉପଲବ୍ଧ ହେଉଥିବା ବେଳେ ଏଥିରୁ ୩୪% ଗାଡିରେ ପ୍ରଶିକ୍ଷିତ ଅର୍ଦ୍ଧଚିକିତ୍ସକୀୟ କର୍ମଚାରୀ ରହୁଛନ୍ତି ।

ଏହି ରିପୋର୍ଟ ଅନୁସାରେ ଦେଶର ଅଧିକାଂଶ ଏମାର୍ଜେନ୍ସୀ ମାମଲା ଏବେ ଘରୋଇ ହସ୍ପିଟାଲକୁ ଯାଉଛି । ଏପରି ହସ୍ପିଟାଲମାନଙ୍କୁ ୩୧ରୁ ୩୯% ମାମଲା ପହଞ୍ଚୁଥିବା ବେଳେ ସରକାରୀ ହସ୍ପିଟାଲକୁ ୧୯ରୁ ୨୪% ମାମଲା ପହଞ୍ଚୁଛି । ଅନ୍ୟପକ୍ଷରେ ଦେଶର ହସ୍ପିଟାଲରେ ଉପଲବ୍ଧ ବେଡ ମଧ୍ୟରୁ ମାତ୍ର ୩% ଏମାର୍ଜେନ୍ସୀ ଲାଗି ରହୁଥିବା ଏହା ପୂର୍ବରୁ ଏମସ୍‌ ତାଙ୍କର ଏକ ରିପୋର୍ଟରେ ସୂଚିତ କରିଥିଲେ ।