ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ: ନହଲେ ହୋଇପାରେ ଭୟଙ୍କର ରୋଗ

ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି । ତେବେ ଆପଣ ଏବେଠୁ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବଡ଼ ସମସ୍ୟାରେ ପକାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମେଡିକାଲ କ୍ଷେତ୍ରରେ ଲୁଣକୁ ଆବଶ୍ୟକଠାରୁ ଅଧିକ ଖାଇବା ପାଇଁ ମନା କରାଯାଇଥାଏ । କାରଣ ଲୁଣ ସେବନ ଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ବଶବର୍ତ୍ତୀ ହୋଇଥାନ୍ତି । ସେଥିରୁ ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ । ମାତ୍ରାଧିକ ଲୁଣ ସେବନ ଦ୍ୱାରା ପ୍ରଥମେ ଏହି ରୋଗ ହିଁ ମଣିଷକୁ ସଂକ୍ରମଣ କରିଥାଏ । ଶରୀର ଠିକ ଭାବରେ କାର୍ଯ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ଭେ ରିପୋର୍ଟ ଅନୁସାରେ, ଲୁଣ ସମସ୍ତଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ । ତେଣୁ ଆପଣମାନେ ଲୁଣକୁ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ ହେଉଥିବା ଲୁଣର ପରିମାଣକୁ କମ୍ କରିବା ଉଚିତ୍ । ଏହାଦ୍ୱାରା ଉପରୋକ୍ତ ରୋଗ ଇତ୍ୟାଦିରୁ ଶରୀର ମୁକ୍ତ ରହିବା ସହ ଆପଣ ନିଜକୁ ସୁସ୍ଥ ରଖିପାରିବେ ।