ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା

ମଡେଲିଂରୁ ଛୋଟ ପରଦାର ଲୋକପ୍ରିୟ ତାରକା

ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା । ବିରୋଧୀଙ୍କୁ କଟାକ୍ଷ କରିବାରେ ସବୁବେଳେ ଆଗରେ ରହିଥାନ୍ତି । ସଂସଦରେ ନିଜ ପ୍ରଶ୍ନ ବାଣରେ ବିପକ୍ଷଙ୍କୁ ଧୋଇ ଦିଅନ୍ତି ସ୍ମୃତି । ୨୦୦୩ରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୩ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୦୪ରେ ଲୋକସଭା ନିର୍ବାଚନ ଲଢିଥିଲେ ।

ଚାନ୍ଦିନୀ ଚୌକ ଆସନରୁ କପିଲ ଶିବଲଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସ୍ମୃତି ଇରାନୀ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ପରାଜିତ ହୋଇଥିଲେ । ପରେ ତାଙ୍କୁ ମହାରାଷ୍ଟ୍ର ୟୁଥ୍ ଞ୍ଚିଙ୍ଗର ଉପସଭାପତି କରାଯାଇଥିଲା । ସେ କେନ୍ଦ୍ରୀୟ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୫ଥର ମନୋନିତ ହୋଇଛନ୍ତି । ଜାତୀୟ ସଚିବ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ।

୨୦୧୧ରେ ସ୍ମୃତି ଗୁଜୁରାଟରୁ ରାଜ୍ୟସଭା ସାଂସଦ ହୋଇଥିଲେ । ୨୦୧୪ ନିର୍ବାଚନରେ ପୁଣି ଉବଦାନକୁ ଓହ୍ଲାଇଥିଲେ ସ୍ମୃତି । ଏଥର ସେ ଉତ୍ତରପ୍ରଦେଶର ଆମେଥି ଆସନରୁ ପ୍ରାର୍ଥୀ କରିଥିଲା ଭାରତୀୟ ଜନତା ପାର୍ଟି । ଏଠାରେ ରାହୁଲଙ୍କ ସହ ହୋଇଥିଲା କଡ଼ା ଫାଇଟ । ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପୁଣି ପରାଜୟ ବରଣ କରିଥିଲେ । ୨୦୧୯ ଲୋକସଭା ଆସନରେ ସେ ପୁନର୍ବାର ଆମେଥିରୁ ପ୍ରାର୍ଥୀ ହୋଇ ରାହୁଲଙ୍କୁ ପରାଜିତ କରିଥିଲେ । ସେ କେନ୍ଦ୍ର ମାନବସମ୍ବଳ ବିକାଶ, ବୟନ ଶିଳ୍ପ, ସୂଚନା ଓ ପ୍ରସାରଣ, ମହିଳା ଓ ଶିଶୁ କଲ୍ୟାଣ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ସେ ଆମେଥିରୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହେବା ଅବସରରେ ସ୍ମୃତି ଇରାନୀ ବିରୋଧୀ ଦଳ ତଥା ଗଣମାଧ୍ୟମ ଦ୍ୱାରା ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ବିବାଦ ଉପୁଜିଥିଲା । ତେବେ କୁହାଯାଏ ଛୋଟ ପରଦାରୁ ରାଜନୀତିକୁ ଆସିଥିବା ତାରକାମାନଙ୍କ ମଧ୍ୟରେ ସ୍ମୃତି ଇରାନି ହିଁ ସବୁଠୁ ଅଧିକ ସଫଳ ।