ଡ୍ରିମ୍‌ଗାର୍ଲଙ୍କ ରାଜନୈତିକ ଯାତ୍ରା

ଡ୍ରିମଗାର୍ଲ ହେମାମାଲିନି । ରୂପେଲି ପରଦାରେ ଯେତିକି ସଫଳ ରାଜନୈତିକ କ୍ୟାରିୟରରେ ମଧ୍ୟ ବେଶ ସଫଳ । ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଘର କରିଥିବା ଡିମଗାର୍ଲ ଲୋକସଭାରେ ବିରୋଧୀଙ୍କୁ କଟାକ୍ଷ କରିବାରେ ମଧ୍ୟ ବେଶ ଆଗରେ ରହି ଆସିଛନ୍ତି । ସେ ଜଣେ ଅଭିନେତ୍ରୀ, ଲେଖିକା, ଫିଲ୍ମ ନିର୍ଦ୍ଦେଶକ, ନୃତ୍ୟାଙ୍ଗନା ଏବଂ ରାଜନେତା । ହେମାଙ୍କ ରାଜନୈତିକ ଯାତ୍ରା ଖୁବ ଲମ୍ବା । ଚଳିତ ଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଦଳ ତରଫରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପୁଣି ଥରେ ମଥୁରାରୁ ପ୍ରାର୍ଥୀ କରଯାଇଛି। ହେମାମାଳିନା ପୂର୍ବରୁ ଅନେକ ଥର ଏହି ଆସନରୁ ନିର୍ବାଚନ ଲଢ଼ିବାର ଇଚ୍ଛା ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଥିଲେ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ମଥୁରାରୁ ଟିକେଟ୍ ନ ମିଳିଲେ ସେ ଅନ୍ୟ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।

ରାଜନୀତି ପ୍ରତି ହେମାଙ୍କ ଆଗ୍ରହ ପ୍ରଥମ ଥର ପାଇଁ ୧୯୯୯ ମସିହାରେ ଦେଖିବାକୁ ମିଳିଥିଲା। ସେହି ସମୟରେ ସେ ପଞ୍ଜାବର ଗୁଭଦାସପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ବିନୋଦ ଖାନ୍ନାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ୨୦୦୪ ମସିହାରେ ହେମାମାଳିନୀ ଔପଚାରିକ ଭାବେ ବିଜେପିରେ ସାମିଲ ହୋଇଥିଲେ। ୨୦୦୩ରୁ ୨୦୦୯ ମଧ୍ୟରେ ସେ ରାଜ୍ୟସଭା ସାଂସଦ ଭାବେ କାର୍ୟ୍ୟ କରିଥିଲେ ।

୨୦୧୦ରେ ହେମାଙ୍କୁ ବିଜେପିର ମହାସଚିବ କରାଯାଇଥିଲା। ୨୦୧୧, ଫେବ୍ରୁଆରୀରେ ବିଜେପିର ମହାସଚିବ ଅନନ୍ତ କୁମାର ୨୦୧୪ ଲୋକସଭା ନିର୍ବାଚନ ପାଇଁ ହେମାଙ୍କୁ ଟିକେଟ ଦେବାକୁ ନାଁ ସୁପାରିଶ କରିଥିଲେ । ସେହି ନିର୍ବାଚନରେ ହେମା ମଥୁରାର ତତ୍କାଳୀନ ସାଂସଦ ଜ‌ୟକ ଚୌଧୁରୀଙ୍କୁ ୩ ଲକ୍ଷରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ହେମା ଆରଏଲ୍‌ଡିର କୁଓଁର ନରେନ୍ଦ୍ର ସିଂଙ୍କୁ ହରାଇଥିଲେ ।

ଶୁଣିବାକୁ ମିଳେ ହେମାମାଳିନୀ ରାଜନୀତିକୁ ଆସମ୍ଭ ବୋଲି ତାଙ୍କ ସ୍ୱାମୀ ଧର୍ମେନ୍ଦ୍ର ଚାହୁଁ ନଥିଲେ । ଧର୍ମେନ୍ଦ୍ର କହୁଥିଲେ ହେମାଙ୍କ ପାଇଁ ରାଜନୀତି ଉପଯୁକ୍ତ ହୋଇନପାରେ । କିନ୍ତୁ ଏହାକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ହେମାମାଲିନି । ରାଜନୀତିରେ ସଫଳ ହେବା ସହ ବେଶ ପ୍ରଶଂସା ସାଉଁଟିଛନ୍ତି ହେମା ।