ବ୍ରହ୍ମଗିରିରେ କାହାକୁ ବାଛିବେ ଜନତା; ଉମା ନା ଉପାସନା ।

ଉପକୂଳ ବ୍ରହ୍ମଗିରିକୁ କବଜା କରିବା ଲକ୍ଷ୍ୟରେ ପୁଣି ବିଜେପି । ସେପଟେ ବଳ ଗୋଟାଉଛି ବିଜେଡି । ଏଥର ବ୍ରହ୍ମଗିରିରେ ୧୦ ପ୍ରାର୍ଥୀ ଥିବା ବେଳେ ଲଢେଇ ହେଉଛି ବିଜେଡି-ବିଜେପି ମଧ୍ୟରେ । ବିଜେପିରୁ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଦଳକୁ ସୃଦୃଢ କରି ବିଜୟର ବସା ବାନ୍ଧିଛନ୍ତି । ସତ୍ୟବାଦୀର ଦୁଇ ଦୁଇ ଥର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଚାର ମଇଦାନରେ ଉଭୟ ପ୍ରାର୍ଥୀ ନିଜର ନିଜର ଦମ ଦେଖାଉଛନ୍ତି ।

ଉମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଓ ଜନକଲୟାଣକାରୀ ଯୋଜନାକୁ ଆଧାର କରି ନିଜ ଦଳୀୟ ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି । ଛାମୁଆ ନେତାଙ୍କୁ ସାଙ୍ଗରେ ଧରି ପ୍ରଚାର ମଇଦାନରେ ଉମା । ପଞ୍ଚାୟତକୁ ପଞ୍ଚାୟତ ବୁଲିବା ସହ କର୍ମୀ ସମ୍ମିଳନୀ କରି ଭୋଟ ଭିକ୍ଷା କରୁଛନ୍ତି । ସେପଟେ ଉପାସନା ପ୍ରଧାନମନ୍ତ୍ରୀଙ୍କ ବିକାଶଧାରାକୁ ଆୟୁଧ କରି ଭୋଟ ଭିକ୍ଷା କରୁଛନ୍ତି । ପ୍ରଚାର ମଇଦାନରେ ଜି ଜାନ ଲଗାଇଦେଇଛନ୍ତି । ସଭା ରୋଡ ଶୋ ସାଙ୍ଗକୁ ଗାଁ ଗାଁ ବୁଲି କ୍ୟାମ୍ପେନ କରୁଛନ୍ତି । ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ

ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ନାରା ଦେଇ ଚାଲିଛି ବିଜେପି ।

ବ୍ରହ୍ମଗିରି ବିଧାନସଭା ଆସନରେ ବିଧାୟକ ଥିଲେ ଉପାସନଙ୍କ ବାପା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଏଥର ଏହି ଆସନରୁ ଲଢିବେ ଉପାସନା । ବ୍ରହ୍ମଗିରି ଆସନ ସବୁ ବେଳେ ଚର୍ଚ୍ଚିତ ରହିଛି । କାରଣ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ରାଜନୈତିକ ପତିଆରା ଲଢେଇ । ଉପାସନାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୯ ଓ ୨୦୧୪ରୁ ସେ ସଞ୍ଜୟ ଦାସ ବର୍ମାଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ବିଧାନସଭା ନର୍ବାଚନରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ପାର୍ଥୀ ଭାବେ ଲଢି ସଞ୍ଜୟ ଦାସ ବର୍ମାଙ୍କୁ ପରାସ୍ତ କରିଥିଲେ ।

ଏଥର ଉପାସନା ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ଉମାକାନ୍ତ ସାମନ୍ତରାୟ ।ବ୍ରହ୍ମଗିରିରେ ଏଥର ଦୁଇ ନୂଆ ମୁହଁ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦେଖିବାକୁ ମିଳିବ । ଏହି ମହାଲଢେଇରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।