ବର୍ଷା ଋତୁରେ ତ୍ୱଚା ସମ୍ବନ୍ଧୀୟ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳେ। ଫଳରେ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। ଯେଉଁମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ, ସେମାନେ ଏହି ଋତୁରେ ତ୍ୱଚାର ବିଶେଷ ଯତ୍ନ ନେବା ଉଚିତ୍। ଆପଣ ଯଦି ନିଜର ତ୍ୱଚାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସବୁ ଟିପ୍ସ ଆପଣାନ୍ତୁ।
ମେକଅପ୍ ଲଗାଇବା ଦ୍ୱାରା ତ୍ୱଚା ଅଧିକ ଚିକ୍କଣ ହୋଇଥାଏ। ଦିନସାରା ୩ରୁ ୪ଥର ମୁହଁକୁ ପାଣିରେ ସଫା କରିବା ଉଚିତ୍। ଏଦ୍ୱାରା ତ୍ୱଚାରେ ଥିବା ଛିଦ୍ରରେ ଲୁଚି ରହିଥିବା ମଇଳା ଦୂର ହୋଇଥାଏ। ସଂକ୍ରମଣ ଓ ବ୍ରଣ ମଧ୍ୟ ହ୍ରାସ ପାଇବ। ପ୍ରତିଥର ସାବୁନ, ଫେସ୍ କ୍ଲିଞ୍ଜର ଲଗାଇବା ଜରୁରୀ ନୁହେଁ।