ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ଯାହାକି କିଲର ବ୍ରିଜ ପାଲଟି ଥିଲା ପୂର୍ବରୁ ୩୫ ରୁ ଉର୍ଦ୍ଧ ଜୀବନ ନେଇଥିଲା ଓଭରବ୍ରିଜର ଢାଞ୍ଚାଗତ ତ୍ରୁଟି ପ୍ରସଙ୍ଗ। ହଳଦିଆପଦର ବ୍ରିଜକୁ ଯାଇ ଅନୁଧ୍ୟାନ କରୁଛନ୍ତି ଟେକ୍ନିକାଲ୍ ଟିମ୍। ହଳଦିଆପଦରରେ ୫ ଜଣିଆ ବୈଷୟିକ ଟିମ ଅନୁଧ୍ୟାନ କରୁଛନ୍ତି। ଗତ ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ ଚାଲିଛି। ବ୍ରିଜର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍ ।
ବ୍ରିଜ ର ବିଭିନ୍ନ ଦିଗ ମେସିନ ସାହାଯ୍ୟ ରେ ପରଖୁଛନ୍ତି ଟିମ ଓ ନକ୍ସା ଓ ବ୍ରିଜ ରେ ବ୍ୟବହାର ସିମେଣ୍ଟ,ଲୁହାଛଡ଼ ର ଗୁଣବତ୍ତା,ଜାମେଟ୍ରିକାଲ ଡିଜାଇନ ସମସ୍ତ ବିଷୟରେ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ରିପୋର୍ଟ ଦାଖଲ କରିବେ ଯାଞ୍ଚ କମିଟି।