ଗଞ୍ଜାମ, ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ହାଟପଦା ସାପୁଆବାସା ଗ୍ରାମରେ କାଳବୈଶାଖୀର ପ୍ରଭାବରେ ଏକ ବଡ଼ ଗଛ ଘର ଉପରେ ପଡ଼ି ଘରଟି କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ସ୍ଥାନୀୟ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।