ବ୍ରହ୍ମପୁର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ବ୍ରହ୍ମପୁର: ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ୱି. କୀର୍ତ୍ତି ୱାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ କ୍ଷ
ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ,ଶିକ୍ଷା, ସାମାଜିକ ସୁରକ୍ଷା ଭତା,ଜମି,ରାସନ୍ କାର୍ଡ ,ରାସ୍ତା ଇତ୍ୟାଦି କ୍ଷ ସମୁଦାୟ ୧୩୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୨ଟି ଓ ଗ୍ରାମ ଭିତିକ ସମସ୍ୟା ୧୦ଟି ରହିଥିବାବେଳେ ୨ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା କ୍ଷ ରେଡକ୍ରସ ତରଫରୁ ୮ ଜଣଙ୍କୁ ୨୭,୫୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା କ୍ଷ ଏହି ଶୁଣାଣି ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡ ର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ କ୍ଷ

ଗଣିଆ ପୋଲିସ ତରଫରୁ କଡା ଚେକିପ୍ସ , ସରକାରୀ ନିର୍ଦ୍ଦେଶକୁ ମାନିବାକୁ ପରାମର୍ଶ ।
ଗଣିଆ: ପୋଲିସ ତରଫରୁ ଗଣିଆ ଚଊବଙ୍ଗ ଛକ ଠାରେ ଥିବା ବସଷ୍ଟାଣ୍ଡ ସମ୍ମୁଖରେ କଡା ଚେକିପ୍ସ କରାଯାଇଥିବା ଦେଖିବାକୁ ମିଳିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ନିର୍ଦ୍ଦେଶରେ ଏଏସଆଇ ଶାହା ଆଲାମ ଖାଁ, କନେଷ୍ଟବଳ ଭାସ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ଗାଡି ମୋଟର ଚେକିପ୍ସ କରିଥିଲେ । ଡ୍ରାଇଭିପ୍ସ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର, ହେଲମେଟ,ସିଲ୍ଟବେଲ୍ଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଗାଡି ଚଲାଇବା ବେଳେ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଚାଳକ ମାନଙ୍କୁ ଜଣାଇଥିଲେ । ଏପରିକି ଅନେକ ସମୟରେ ଏହି ରାସ୍ତା ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ମିଳିବା ପରେ କାର ଗୁଡିକର ଡିକି ଖୋଲିବା ସହିତ ତନ୍ନ ତନ୍ନା କରି ଚେକିପ୍ସ କରାଯାଇଛି । ଅନେକ ଜନସାଧାରଣଙ୍କୁ ଫାଇନ୍ ନକରି ସଚେତନ କରିବା ସହିତ ବୁଝାସୁଝା କରି ଛାଡି ଦିଆଯାଇଥିବା ବେଳେ ପରବର୍ତ୍ତୀ ମୁହୁର୍ତରେ ଚାଲାଣ କଟାଯିବ ବୋଲି ଏଏସଆଇ ପ୍ରକାଶ କରିଛନ୍ତି ।