ଆସିକା : ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ପଂଚାୟତ ସମିତି ଅନ୍ତର୍ଗତ ଦେବଭୂମି ଗ୍ରାମ ପଂଚାୟତ ଠାରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଲିପିନା ଦାସ, ତହସିଲଦାର ସଙ୍ଗୀତା ସେନ,ସରପଞ୍ଚ ଅଶାନ୍ତି ବେହେରା, ଏବିଡ଼ିଓ ସୁଶାନ୍ତ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୌରହରି ବେହେରା , ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ,,ଜିପିଡିଓ ରାଜଶ୍ରୀ ସାହୁ, ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ଓ ଏଲ ଏମ ବିପିଏମ ଅନିତା ମହାରଣା, ଆବାସ ର ଟିକିନା ବିଶ୍ୱାଳ, ବନ ଅଧିକାରୀ ଶରତ ଚନ୍ଦ୍ର ବେହେରା, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ, ସିଆରପି, ଏମ ବି କେ, ଅଙ୍ଗନବାଡି, ଆଶା କର୍ମୀ ସମେତ ଅନେକ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ଆଜି ପଂଚାୟତର ମୋଟ ୪୧ ଗୋଟି ଅଭିଯୋଗକୁ ଗ୍ରହଣ କରାଯାଇଛି ବୋଲି ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଜନ ଅଭିଯୋଗ ଶୁଣାଣି ରେ ସ୍ୱଚ୍ଛ ଭାରତ ଉପରେ ପଂଚାୟତ ର ଭିତ୍ତି ଭୂମି ସମ୍ବନ୍ଧୀୟ ଆବାସ ଗୃହ, ମଧୁବାବୁ ପେନସନ ପାଇଁ, ସୁଭଦ୍ରା ସକାଶେ ବିଶ୍ୱକର୍ମା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ବନ୍ୟା ଜନ୍ତୁଙ୍କ ଫସଲ ନଷ୍ଠ, ଅନ୍ୟାନ ବିଷୟରେ ଆବେଦନ କରିଛନ୍ତି । କିନ୍ତୁ ଆସିଥିବା ଅଭିଯୋଗର ସମଧାନ ବିଷୟରେ କୌଣସି ବ୍ଲକ ପକ୍ଷରୁ ସୂଚନା ପ୍ରଦାନ କରାଯାଉନାହିଁ ।