ଶାରଦାଙ୍କ ନାଁରେ ଗୀତି କବିତା ପୁରସ୍କାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ଗୀତି କବିତା ପୁରସ୍କାର ।ଏନେଇ ଅଢେଇ ଲକ୍ଷ ଟଙ୍କା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦେବ ।

ଆଜି ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ । ତେବେ ଶାରଦାପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।