ଖାକି ମାଗୁଛି ଖାକିକୁ ନ୍ୟାୟ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଖାକି ମାଗୁଛି ଖାକିକୁ ନ୍ୟାୟ। ଆଜି ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ ନିଜେ ଅସୁରକ୍ଷିତ ଓ ଅତ୍ୟାଚାରିତ। ଏଠାରେ ଅସୁରକ୍ଷିତ ଜଣେ ମହିଳା IIC । ଆଉ ନିଜର ସୁରକ୍ଷା ଭିକ୍ଷା କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା କର୍ମଚାରୀ ।
ସୁଦରଗଡ ଜିଲ୍ଲା ବୀରମିତ୍ର ପୁର ଥାନାର ମହିଳା IIC କର୍ମଚାରୀ ହେଉଛନ୍ତି ସ୍ନିଗ୍ଧା ରାଣୀ ସୁନା । ଆଉ ଏହି ମହିଳା ପୋଲିସ କର୍ମଚାରୀଙ୍କୁ ନିର୍ଯାତନଦେଉଛନ୍ତି ତାଙ୍କ ସ୍ୱାମୀ । ଏନେଇ ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଖୋଦ IIC । ତାଙ୍କ ସ୍ୱାମୀ ନିର୍ଯାତନା ଦେବା ସହ ତାଙ୍କୁ ମାରପିଟ କରୁଛନ୍ତି ।ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ସେ କହିଛନ୍ତି । ବିବାହ ପରେ ତାଙ୍କୁ ଏଭଳି ମାନସିକ ନିର୍ଯାତନା ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ନିଗ୍ଧା ରାଣୀ ।
ନିର୍ଯାତନା ଅସହ୍ୟ ହେବାରୁ ଗତ ଗୁରୁବାର ରାଉରକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୪୯୮ ଏ, ୩୨୩, ଓ ୫୦୬ରେ ମାମଲା ରୁଜୁ ହୋଇଛି । ସ୍ଵାମୀ, ପିଉସୀ, ମାମୁଁ ଓ ମାଇଁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଥାଉକି, ମହିଳା ଆଇଆଇସିଙ୍କ ସ୍ୱାମୀ ରାଉରକେଲାରେ ଅଧ୍ୟାପକ ଅଛନ୍ତି । ବିବାହ ପରେ ସନ୍ତାନ ଜନ୍ମ ହୋଇପାରୁନଥିବାରୁ ବିଭିନ୍ନ ସମୟରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସୂଚନା ରହିଛି । ଏନେଇ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଅଭିଯୋଗ ଅନୁଯାୟୀ ସମସ୍ତଙ୍କ ସହିତ ପୋଲିସ ପଚରାଉଚରା କରି ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।