ମା’ ଦୁର୍ଗାଙ୍କୁ ଗଣିକା ଦୃଷ୍ଟିରେ ଦେଖନ୍ତି ଏହି ଜନଜାତି । ସବୁ ଶ୍ରେଣୀର ନାରୀମାନେ ପୁରୁଷଙ୍କ ଆଗରେ ବିବସନା ହେବାକୁ ପସନ୍ଦ କରନ୍ତିନି, ଏ କଥାଟିକୁ ଅଧିକାଂଶ ପୁରୁଷ ସମର୍ଥନ କରିବେ ନିଶ୍ଚିତ ।
ପୁରୁଷ ଆଗରେ ସଂପୂର୍ଣ୍ଣ ନଗ୍ନ ହୋଇ ଠିଆ ହେଉଥିବା ନାରୀକୁ ଆପଣ ‘ଦେହଜୀବୀ’ ଭାବନ୍ତି ତ! ମା’ ଦୁର୍ଗା ମହିଷାସୁର ଆଗରେ ନଗ୍ନ ଅବସ୍ଥାରେ ଅବତୀର୍ଣ୍ଣ ହୋଇଥିଲେ, ମାନସିକ ସ୍ତରରେ ସୁସ୍ଥ ଥିବା ଜଣେ ନାରୀ ଏତେ ନିର୍ଲଜ୍ଜ ହୋଇପାରିବ କି?
ଆପଣମାନେ ମା’ ଦୁର୍ଗାଙ୍କୁ ଅସାଧାରଣ କହିପାରନ୍ତି । କିନ୍ତୁ ବାସବ ସତ ହେଉଛି, ଜଣେ ଦୁଷ୍ଟମତି ମହିଳା ସ୍ୱାର୍ଥହାସଲ ପାଇଁ ଯେକୌଣସି ନୀଚସ୍ତରକୁ ଯାଇପାରନ୍ତି ।
ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ମଧ୍ୟପ୍ରଦେଶ ରାଜ୍ୟରେ ବସବାସ କରି ଆସୁଥିବା ମୁଣ୍ଡା ଜନଜାତି ସାଧାରଣତଃ ମହିଷାସୁର ବଂଶଜ ବୋଲି ମନେକରନ୍ତି ।
ଝାଡ଼ଖଣ୍ଡର ଖେରୱାଲ ସାନ୍ତାଳ ଓ କୋଲାରିଅାଁ ଜନଜାତି ମହିଷାସୁରକୁ ପୂଜା କରନ୍ତି, ମା’ ଦୁର୍ଗାଙ୍କୁ ଦୁଷ୍ଟଶକ୍ତି ମଣନ୍ତି । ଖେରୱାଲ ସାନ୍ତାଳ ଜନଜାତି ଲୋକକଥା ଅନୁସାରେ ମହିଷାସୁର ଚାଇଚମ୍ପା ଅଂଚଳର ରାଜା ଥିଲେ ।
ଆର୍ଯ୍ୟମାନେ ସେହି ଅଂଚଳରେ ବସବାସ କରିବାର ମନସ୍ଥ କରି ସୁନ୍ଦରୀ ଝିଅ ଦୁର୍ଗାଙ୍କୁ ମହିଷାସୁର ନିକଟକୁ ପଠାଇଲେ । ମହିଷାସୁର ଜଣେ କାମାସକ୍ତ ପୁରୁଷ ଥିଲା ।
ମହିଳା ଗୁପ୍ତଚର ଦୁର୍ଗା ସମସ୍ତଙ୍କ ଅଲକ୍ଷ୍ୟରେ ମହିଷାସୁର ନିକଟକୁ ଗଲେ, ରୂପଜାଲରେ ଫସାଇ ତାକୁ ମାରିଲେ । ସାନ୍ତାଳ ସଂପ୍ରଦାୟ ଦୁର୍ଗାଙ୍କୁ ଜଣେ ଦେହଜୀବୀ ମଣିଥାନ୍ତି ।
ସମ୍ଭବତଃ ସେହି କାରଣରୁ ମା’ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମା ପାଇଁ ଗୋମୂତ୍ର, ଗଙ୍ଗା ଜଳ, ଗୋବର, ଗଣିକାଳୟ ମାଟି ଲୋଡ଼ା ଯାଇଥାଏ । କେହି କେହି ଜନଜାତି ମହିଷାସୁରକୁ ଲଙ୍କପତି ରାବଣର ବଂଶଜ ଭାବେ ଗ୍ରହଣ କରନ୍ତି ।