ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ର 50ବର୍ଷ ପୂର୍ତ୍ତି ଉପଲକ୍ଷେ …
ପାଟଣା ବ୍ଲକ, ଟାଙ୍ଗରପଡା ଗ୍ରାମ ପଂଚାୟତ ର ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ ର 50ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ପ୍ରଧାନ ଶିକ୍ଷକ ଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣ ଜୟନ୍ତୀ, ତା 18.05.2026 ରିଖ ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା | ଏଥିରେ,ସମାଜ ସେବକ ଗୋବିନ୍ଦ ବଲ୍ଲଭ ପୃଷ୍ଟି, ଅଧ୍ୟକତା କରିଥିଲେ | ଏବଂ ଆସନ୍ତା ଜୁନ ମାସରେ ପରବର୍ତୀ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା |ବୈଠକ ରେ ପୁରାତନ ଛାତ୍ର, କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସମାଜସେବୀ ନବକିଶୋର ପୃଷ୍ଟି, ସମାଜ ସେବି ବିକାଶ କୁମାର ପୃଷ୍ଟି, ସମାଜ ସେବି ପ୍ରଦ୍ୟୁମ୍ନ କୁମାର ସାହୁ (ବାବୁଲି ବାବୁ ) ନୀଳ ମାଧବ ପୃଷ୍ଟି, ପରମାନନ୍ଦ ସାହୁ, ବିନୋଦ ବିହାରୀ ସାହୁ, ସଞ୍ଜୟ କୁମାର ସାହୁ, ଶିକ୍ଷକ ଗଜେନ୍ଦ୍ର କୁମାର ସାହୁ,ହୃଷିକେଶ ସେଠି, ନିହାରରଞ୍ଜନ ପୃଷ୍ଟି, ସୁଶାନ୍ତ କୁମାର ସାହୁ, ଅଯୋଦ୍ୟା ବାରିକ, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକ ରେ ଉପସ୍ଥିତ ଥିଲେ |
ଏଥି ପାଇଁ ଏକ କମିଟି ଗଠନ କରାଯାଇଥିଲା | ସଭାପତି ଭାବେ ଶ୍ରୀ ଗୋବିନ୍ଦ ବଲ୍ଳଭ ପୃଷ୍ଟି, ସମ୍ପାଦକ ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ମକର ଧ୍ୱଜ ମହାନ୍ତ ଏବଂ କୋଷାଧକ୍ଷ ଭାବେ ଶ୍ରୀ ପରମାନନ୍ଦ ସାହୁ, ସଞ୍ଜୟ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା |ପାଟଣା ରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ |