ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଦଶହରା ପୂଜା ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାସହିତ ମେଢ଼ ବିସର୍ଜନ ପାଇଁ ଭସାଣୀ ଶୋଭାଯାତ୍ରା ହୋଇପାରିବ ନାହିଁ । କୌଣସି ପରିସ୍ଥିତିରେ ପୂଜା ମଣ୍ଡପରେ ଏକସଙ୍ଗେ ୭ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଏମ୍ସି କମିଶନରଙ୍କ ହୋଇପାରିବନି ଭସାଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜାରି ଦଶହରା ପୂଜା ପାଳନ ନିମନ୍ତେ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଅଗଷ୍ଟ ୩୧ତାରିଖରେ ଜାରି ଗାଇଡଲାଇନ ଅନୁସାରେ ବିଏମସି ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି ।
ବିଏମସି ଅଂଚଳରେ ସମସ୍ତ ଦୁର୍ଗା ପୂଜା ପାଳନ ନିମନ୍ତେ ଲୋକଙ୍କ ଏକଜୁଟ ପାଇଁ ଅନୁମତି ମିଳିବ ନାହିଁ । ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ । ପୂଜା ବେଶୀ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ । କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ । ଏହି ପୂଜା ମଣ୍ଡପରେ ତିନିଟ ବନ୍ଦ ରଖାଯିବ ଓ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ । ତେବେ ଏହି ଚତୁର୍ଥ ପଟକୁ ମଧ୍ୟ ଠିକ୍ ଭାବେ ଢାଙ୍କିବାକୁ ପଡ଼ିବ, ଯାହାଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ।ରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ଫୁଟ ରହିବ । ବିସର୍ଜନ ପାଇଁ ବିଏମ୍ସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ ।ଏ ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।