ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ଆଶଙ୍କା

ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ଆଶଙ୍କା । ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇ ଦିନରେ ପର୍ଯ୍ୟାୟ କ୍ରମେ ୧୧ ହଜାର ୩ ଶହ କ୍ୟୁସେକ୍ ପାଣି ନିଷ୍କାସନ କରାଯିବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା ।ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ସତର୍କ ସଂକେତ ୯,୪୫ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୩୦ ମିଟର ଉପରେ ପ୍ରବାହିତ ହେବାରେ ଲାଗିଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଅନେକ ପଂଚାୟତରେ ପାଣି ପଶିଥିବାରୁ ଦେଖିବାକୁ ମିଳିଛି ।