ମୁମ୍ବାଇ କୁ ହରାଇ କେକେଆର୍ ୪ର୍ଥ ସ୍ଥାନରେ

ଆବୁଧାବି : ଚଳିତ ଆଇପିଏଲ୍‌ରେ ଗୁରୁବାର ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବିଧ୍ବଂସୀ ବ୍ୟାଟିଂକରି କେକେଆର୍ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସକୁ ୭ ୱିକେଟରେ ପରାସ୍ତ କରିଛି। ଦୁଇ ଓପ୍‌ନର ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୬ ୱିକେଟରେ ୧୫୫ ରନ୍ କରିିଥିଲା। ପରେ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ୧୫.୧ ଓଭରରେ ୩ ୱିକେଟ ହରାଇ କେକେଆର୍‌ ଜିତିଥିଲା। କେକେଆର୍ ୯ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ୯ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ମୁମ୍ବଇ ୬ଷ୍ଠ ସ୍ଥାନକୁ ଖସିଆସିଛି ।