ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କରୋନା ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ହୋଲିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ହୋଲି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ହୋଲିରେ ଏସଆରସିଙ୍କ ଦ୍ୱାରା ଦିଆଯାଇଥିବା ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ । ଏନେଇ ଦୋଳ ଓ ହୋଲି ପାଇଁ ଅଲଗା ଅଲଗା ନିୟମ ଜାରି କରିଛନ୍ତି ସରକାର । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ୍ ଲାଗିଛି । ନିଜ ଘରେ ରହି ପରିବାର ସଦସ୍ୟଙ୍କ ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ରଙ୍ଗ ଦୋକାନ ଖୋଲିବା ଉପରେ କୌଣସି କଟକଣା ନାହିଁ ।
ଏହା ସହ ଦୋଳ ଯାତ୍ରାରେ ପ୍ରତି ବିମାନ ସହ ସର୍ବାଧିକ ୫ରୁ ୬ ଜଣଙ୍କୁ ଅନୁମତି ଦିଆଯାଇଛି । ମେଳଣ ସ୍ଥାନକୁ ଏକତ୍ର ନୁହେଁ, ବରଂ ପର୍ଯ୍ୟାୟକ୍ରମେ ବିମାନ ଆସିବ । ମେଳଣରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି ଦିଆଯାଇଛି । ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ।