ଅଧାଥିବା ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବ; ରେଳମନ୍ତ୍ରୀ

ଜୟପୁର,(ଏସ୍‌ ନ୍ୟୁଜ): ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଯେତେଶୀଘ୍ର ଅଧିଗ୍ରହଣ ହେବ ସେତେଶୀଘ୍ର ପ୍ରକଳ୍ପ ତ୍ୱରାନ୍ୱିତ ହେବ। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେଲେ ଅଧାପନ୍ତରିଆ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବରେଳ ଲାଇନ୍‌ ଦୋହରୀକରଣ ନେଇ ଶ୍ରୀ ବୈଷ୍ଣବ କହିଛନ୍ତି-“ଦୋହରୀକରଣ କାମ ଯେତେ ଶୀଘ୍ର ସରିବ, ସେତେଶୀଘ୍ର ନୂଆ ଟ୍ରେନ୍‌ ଚାଲିପାରିବ।”ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରସାସନ, ରେଳବିଭାଗ ଓ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ରାୟଗଡ଼ାରେ ଓହ୍ଲାଇବା ପରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଆ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ।