ହରିଶଙ୍କର ଓ ନୃସିଂହ ନାଥ ମନ୍ଦିରର ହେବ ଉନ୍ନତିକରଣ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ହରିଶଙ୍କର ଓ ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ ହେବ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ନେଇ ତୃତୀୟ ଥର ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ମନ୍ଦିରରେ ବିକାଶ ପ୍ରକଳ୍ପ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ହରିଶଙ୍କରର ବିକାଶ ନେଇ ତୃତୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉନ୍ନତିକରଣର ଏକ ରୂପରେଖ ପ୍ରସ୍ତୁତ କରିଥିଲେ ଓଡିଶା ପର୍ଯ୍ୟଟନ ବିଭାଗ। ବୈଠକରେ ଫାଇଭ ଟି ସଚିବ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।