୧୩ ଜଣଙ୍କୁ ନୂଆ ଜୀବନ ଦେଲେ ଦୁଇ ବନ୍ଧୁ

ସୁରଟ: ୧୩ ଜଣଙ୍କୁ ନୂଆ ଜୀବନ ଦେଲେ ଦୁଇ ବନ୍ଧୁ| ଏମିତି ବନ୍ଧୁତ୍ୱ ଥିଲା କି ମୃତ୍ୟୁ ବି ସେମାନଙ୍କୁ ଅଲଗା କରି ପାରିନଥିଲା । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ବନ୍ଧୁ ନିଜର ମୃତ୍ୟୁ ପରେ ମଧ୍ୟ ୧୩ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି । ଏହି ଦୁଇ ବନ୍ଧୁ ହେଉଛନ୍ତି ସୁରଟର ମିତ ପାଣ୍ଡ୍ୟା(୧୮) ଓ କ୍ରିଶ ଗାନ୍ଧି(୧୯) । ମୃତ୍ୟୁପରେ ବି ଅମର ହୋଇଛନ୍ତି ଏହି ଦୁଇ ଯୁବକ । ନିଜର ଅଙ୍ଗଦାନ କରି ୧୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଦୁଇ ଯୁବକ । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଦୁଇ ଯୁବକ ଅଗଷ୍ଟ ୨୪ରେ ନିଜ ବାଇକରେ ଆସୁଥିବା ବେଳେ ପଛଆଡୁ ଆସୁଥିବା ଏକ ଗାଡି ଜିଡି ଗୋଏଙ୍କା ସ୍କୁଲ ନିକଟରେ ଉଭୟଙ୍କୁ ଧକ୍କା ଦେଇଥିଲା । ତୁରନ୍ତ ଉଭୟଙ୍କୁ ହସ୍ପିଟାଲ ନିଅଯାଇଥିଲା । ଅଗଷ୍ଟ ୨୮ରେ ଉଭୟଙ୍କୁ ଡାକ୍ତର ବ୍ରେନ ଡେଡ ଘୋଷିତ କରିଥିଲେ । ତେବେ ଏହାପରେ ପରିବାର ଲୋକଙ୍କୁ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ପରିବାର ଲୋକ ଉଭୟଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।