ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନଙ୍କ ପତ୍ନୀ

ରାଂଚି: ଝାଡ଼ଖଣ୍ଡ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ସଂକଟରେ ପଡ଼ିଯାଇଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଜନୈତିକ କ୍ୟାରିୟର । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ ଓ ଆରଜେଡିର ପ୍ରାୟ ୪୨ ଜଣ ବିଧାୟକ ଏବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଛନ୍ତି ।

ସମସ୍ତଙ୍କ ନଜର ଇଡି ଅଧିକାରୀଙ୍କ ନିଷ୍ପତି ଉପରେ । ହେମନ୍ତଙ୍କୁ ଇଡି ଗିରଫ କରିବା ମାତ୍ରେ କ୍ଷମତାସୀନ ମେଂଟର ବିଧାୟକମାନେ ରାଜ୍ୟପାଳଙ୍କ ବାସଭବନକୁ ଯାଇ ହେମନ୍ତଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ ।

ହେମନ୍ତ ସୋରେନଙ୍କୁ ଜେରା କରିବା ପୂର୍ବରୁ ଇଡି ଅଫିସ ଚାରିପଟେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ତା’ର ଆଖପାଖ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟପାଳଙ୍କ ବାସଭବନକୁ ଯାଇଥିବା ସବୁ ରାସ୍ତାକୁ ବ୍ୟାରିକେଡରେ ବନ୍ଦ କରି ଦିଆଯାଇଛି । ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଅଭିଯୁକ୍ତ କରାଯାଇଛି ।