ରଶ୍ମୀକା ମନ୍ଦାନାଙ୍କ ଚାବି ଅଭିନେତା ବିଜୟ ଦେବରକୋଣ୍ଡା

ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଚଳଚ୍ଚିତ୍ର ‘ଆନିମଲ’ ନାୟିକା ରଶ୍ମୀକା ମନ୍ଦାନାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିସାରିଛନ୍ତି ଅଭିନେତା ବିଜୟ ଦେବରକୋଣ୍ଡା ।

କିଛିଦିନ ତଳେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ରଶ୍ମୀକା ତାକୁ ଖଣ୍ଡନ କରିଥିଲେ । ପ୍ରଶଂସକମାନଙ୍କୁ କିଛି ଅଛପା ନାହିଁ । ରଶ୍ମୀକା ଓ ବିଜୟଙ୍କୁ ଡେଟିଂରେ ଦେଖିବାକୁ ମିଳୁଛି । ନିକଟରେ ଗୋଟିଏ ସାକ୍ଷାତକାରରେ ରଶ୍ମୀକା ମାନିଛନ୍ତି ଯେ ସେ ପ୍ରତି କାମରେ ବିଜୟଙ୍କ ପରାମର୍ଶ ଲୋଡ଼ିଥାନ୍ତି । ତା’ମାନେ ଆପଣମାନେ ବୁଝି ଯାଆନ୍ତୁ ଯେ ବିବାହ ପୂର୍ବରୁ ରଶ୍ମୀକା ବିଜୟଙ୍କର ହୋଇସାରିଛନ୍ତି । ଖାଲି ଯଥା ରାବଣସ୍ୟ ମନ୍ଦୋଦରୀକୁ ଅପେକ୍ଷା ।

୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗୀତା ଗୋବିନ୍ଦମ’ରେ ବିଜୟ ଓ ରଶ୍ମୀକାଙ୍କୁ ଏକାଠି କାମ କରିଥିଲେ । ସେହି ଚଳଚ୍ଚିତ୍ର ସୁଟିଂ ସେଟରୁ ସେମାନଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା ।