ମହିଳାଙ୍କୁ ସୁନ୍ଦର କରିଦିଏ ଡିଜାଇନ୍‌ ବ୍ଲାଉଜ

କାହିଁ କୋଉ ଅମଳରୁ ଝିଅଟିଏ ତା’ର ସୌନ୍ଦର୍ଯ୍ୟକୁ ବାନ୍ଧି ରଖିବା ପାଇଁ ପ୍ରଯତ୍ନ କରିଆସିଛି । ରକ୍ଷଣଶୀଳ ସମାଜ ନାରୀଟିର ଶାଢ଼ି, ସାୟା ଓ ବ୍ଲାଉଜ ପିନ୍ଧା ବେଶଟିକୁ ପସନ୍ଦ କରିଆସୁଛି । ମାତ୍ର ଆଧୁନିକତାକୁ ଆଦରି ନେଇଥିବା ପରିବାରର ଝିଅ, ବୋହୁମାନେ ସେମାନଙ୍କ ଦେହକୁ ଢାଙ୍କିବା ବଦଳରେ ଶାରୀରିକ ଗଢ଼ଣକୁ ଖାପ ଖୁଆଇ ଡ୍ରେସ ଡିଜାଇନ କରିଥାନ୍ତି ।

ଶରୀରକୁ ଖାପ୍‌ ଖାଉଥିବା ବ୍ଲାଉଜର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି । ଆପଣଙ୍କ ବକ୍ଷୋଜକୁ ଆହୁରି ସୁନ୍ଦର କରି ଧରି ରଖିବା ପାଇଁ ଡ୍ରେସ ଡିଜାଇନରମାନେ କଇଂଚି ଚଳାଇବାକୁ ତୟାର । ଆପଣ ଖାଲି ହଁ କହିଲେ ହେଲା ।

ଏମିତି ବି ବଜାରରେ ନାନା ଷ୍ଟାଇଲର ବ୍ଲାଉଜ ମିଳୁଛି । ତଥାପି ଶାଢ଼ୀ ଓ ବ୍ଲାଉଜ ପିନ୍ଧିବାର ଷ୍ଟାଇଲ ସଂପର୍କରେ ଡ୍ରେସ ଡିଜାଇନରମାନେ ଅଧିକ ଜାଣନ୍ତି ।

ଛୋଟବଡ଼ ସହରରେ ଦକ୍ଷ ଡ୍ରେସ ଡିଜାଇନରଙ୍କ ପରିଚାଳନାରେ ପୋଷାକ ତାଲିମ କେନ୍ଦ୍ର ଚାଲିଛି । ଡ୍ରେସ ଡିଜାଇନର ପେଶାକୁ ଆଦରି ନେବାକୁ ଚାହୁଁଥିବା ଯୁବତୀ ଓ ମହିଳାମାନେ ସେହିସବୁ କେନ୍ଦ୍ରରୁ ତାଲିମ ନେବା ଉଚିତ ହେବ ।