ଆଇସିସି ର‍୍ୟାଙ୍କ ବଜାୟ ରଖିଲେ ସ୍ପିନର ରବିଚନ୍ଦ୍ରନ

ଦୁବାଇ: ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ର‍୍ୟାଙ୍କିଙ୍ଗରେ ତାଙ୍କ ସ୍ଥାନକୁ ଦୃଢ଼ କରିପାରିଛନ୍ତି । ବୋଲିଂ କ୍ୟାଟେଗୋରୀରେ ରବିଚନ୍ଦ୍ରନ ପ୍ରଥମ ସ୍ଥାନରେ ଥିଲାବେଳେ ଜସପ୍ରୀତ ବୁମରାହ ଚତୁର୍ଥ ସ୍ଥାନକୁ ଦଖଲ କରିଛନ୍ତି । ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମୁକାବିଲାରେ ରବିଚନ୍ଦ୍ରନ ୬ଟି ୱିକେଟ୍‌ ଦଖଲ କରିଥିଲେ । ବୁମରାହ ମଧ୍ୟ ୬ଟି ୱିକେଟ୍‌ ଦଖଲ କରି ଚତୁର୍ଥ ସ୍ଥାନରେ ପହଂଚି ଯାଇଛନ୍ତି ।

ବୋଲିଂ ତାଲିକାର ପ୍ରଥମ ଦଶଜଣଙ୍କ ଭିତରେ ତିନିଜଣ ଭାରତୀୟ ବୋଲର ଅଛନ୍ତି । ତାଲିକାର ଷଷ୍ଠ ସ୍ଥାନରେ ବାମହାତୀ ସ୍ପିନର ରବିନ୍ଦ୍ର ଜାଡେଜା ଅଛନ୍ତି । ଅଲରାଉଣ୍ଡର ର‍୍ୟାଙ୍କିଙ୍ଗରେ ଜାଡେଜା ଶୀର୍ଷରେ ଅଛନ୍ତି । ଅଲରାଉଣ୍ଡର ତାଲିକାର ଚତୁର୍ଥ ସ୍ଥାନରେ ଇଂଲଣ୍ଡର ଜୋ ରୁଟ୍‌ ଅଛନ୍ତି ।