ମାର୍ଚ୍ଚରୁ ଅସମ୍ଭାଳ ତାତି: ୫ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା

ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ….

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍‌‌ ଦର୍ଶାଉଛି।