ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ

ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ରନରେ ହରାଇ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ଟି-୨୦ ଫର୍ମାର୍ଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ସ୍କୋର: ଅଷ୍ଟ୍ରେଲିଆ ୧୫୬/୬ ଏବଂ ଦକ୍ଷିଣ ଆଫ୍ରିକା ୧୩୭/୬

ରବିବାର ମହିଳା ଟି-୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। କେପଟାଉନ୍‌ ନ୍ୟୁଲାଣ୍ଡ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ବ ଚାମ୍ପିଅନ୍‌ ହେବାର ଗୌରବ ହାସଲ କରିଛି ।