ରାଜଧାନୀ ଭୁବନେଶ୍ୱରରେ ୫୦ କେଜି ଗଂଜେଇ ଜବତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଭୁବନେଶ୍ୱର ତମାଣ୍ଡ ନିକଟରୁ ଏକ ପିକଅପ୍ ଭ୍ୟାନରୁ ୫୦ କେଜି ଗଂଜେଇ ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଅବକାରୀ ଟିମ୍ ଭୁବନେଶ୍ୱର ତମାଣ୍ଡ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ୍ ଭ୍ୟାନରୁ ଗଂଜେଇ ଜବତ କରିଛି । ଜବତ ଗଂଜେଇ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବୋଲି ସୂଚନା ରହିଛି।

ସେପଟେ, ଗଜପତି ଜିଲ୍ଲାରେ ଦିନକୁ ଦିନ ନିଷିଦ୍ଧ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବକ ଏହି ବେପାରରେ ପଶୁଛନ୍ତି । ଆଇନ ଭୟ, କଡ଼ାକଡ଼ି ଚଢ଼ଉ ସତ୍ତ୍ବେ ସେମାନେ ଏହି କାରବାରରୁ ସଂପର୍କ ଛିନ୍ନ କରୁନାହାନ୍ତି। ମୋହନା, ରା.ଉଦୟଗିରି ବ୍ଲକରେ ମାଫିଆଙ୍କ ପ୍ରୋତ୍ସାହନରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି । ଏହାକୁ ବଜାରକୁ ଆଣି ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ବର୍ତ୍ତମାନ ଗଞ୍ଜେଇ ମାଫିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।