୩୦ରେ ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ

ପିପିଲି,(ଏସ୍ ନ୍ୟୁଜ):ଏପ୍ରିଲ ୧୭ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏନେଇ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମାର୍ଚ୍ଚ ୩୦ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉନପିର୍ବାଚନ ହେବାକୁ ଯାଉଛି । ଅନ୍ୟପଟେ ପିପିଲି ଉପ-ନିର୍ବାଚନ ପାଇଁ ପ୍ରତି ପଞ୍ଚାୟତ ପାଇଁ ବିଜେଡି କରିଛି ସ୍ୱତନ୍ତ୍ର କମିଟି । ଯେଉଁଥିରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ରୁଦ୍ର ପ୍ରତାପ ମହାରାଥୀଙ୍କ ନାଁ ଘୋଷଣା କରିଥିଲେ । ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପ୍ରାର୍ଥୀ ନେଇ ନାଁ ଘୋଷଣା ହେବା ପରେ ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି ରୁଦ୍ର ପ୍ରତାପ ମହାରଥୀ କହିଥିଲେ।