ଇଞ୍ଜିନିୟରିଂ ସ୍କୁଲରେ କରୋନା, ୨୧ ପଜିଟିଭ୍ ଚିହ୍ନଟ

ଝାରସୁଗୁଡା,(ଏସ୍ ନ୍ୟୁଜ): ଦେଶର ଅନ୍ୟ ରାଜ୍ୟ ପରି ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନୂଆପଡାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ  ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଛାତ୍ର-ଛାତ୍ରୀ ଓ ୧୩ ଅଧ୍ୟାପକ ସାମିଲ।

ସ୍କୁଲ ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ତହସିଲଦାର ଓ  ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯାଇଛନ୍ତି। ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ବୋଲି ସୂଚନା ମିଳିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତରୀ ଦଳଙ୍କୁ ଇଂଜିନିୟରିଂ ସ୍କୁଲକୁ ପଠାଯାଇଛି। ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମ୍ଭାବନା ରହିଛି।