ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ୫୯ ହଜାର ୨୮୬ ନମୁନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୦୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୪୫୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଗଣ୍ଟାରେ ରାଜ୍ୟରେ ଆଉ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ୪୨ ହଜାର ୦୯୮ ସକ୍ରିୟ ସଂକ୍ରମିତ ରହିଛନ୍ତି।
ସେହିପରି ଅନୁଗୁଳ ୮୨, ବାଲେଶ୍ୱର ୭୬, ବରଗଡ ୩୬, ଭଦ୍ରକ ୭୭, ବଲାଙ୍ଗୀର ୭୬, ବୌଦ୍ଧ ୧୬, କଟକ ୩୨୫, ଦେବଗଡ ୬୯, ଢେଙ୍କାନାଳ ୭୧, ଗଜପତି ୬୩, ଗଞ୍ଜାମ ୪୬, ଜଗତସିଂହପୁର ୭୪, ଯାଜପୁର ୧୪୯, ଝାରସୁଗୁଡା ୬୯, କଳାହାଣ୍ଡି ୭୭, କନ୍ଧମାଳ ୨୪, କେନ୍ଦ୍ରାପଡା ୪୯, କେନ୍ଦୁଝର ୩୯, କୋରାପୁଟ ୪୪, ମାଲକାନଗିରି ୩୦ ମୟୂରଭଞ୍ଜ ୧୦୯, ନବରଙ୍ଗପୁର ୮୪, ନୟାଗଡ ୧୧୦, ନୂଆପଡା ୧୦୬, ପୁରୀ ୪୨, ରାୟଗଡା ୪୦, ସମ୍ବଲପୁର ୭୫, ସୋନପୁର ୩୫, ସୁନ୍ଦରଗଡ ୨୧୬ ଓ ଷ୍ଟେଟପୋଲରୁ ୧୨୫ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୨୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୨୦୯୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୦୧୫୪୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୬୮୬୪୮୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।