ବଡ ପରଦାରେ ଏକାଠି ନଜର ଆସିବେ ଶାହାରୁଖ-ସଲମାନ ଓ ହ୍ରିତିକ୍‌!

ମୁମ୍ବାଇ : ବଲିଉଡ୍‌ର ସୁପରଷ୍ଟାର ଅଭିନେତା ସଲମାନ ଖାନ-ଶାହାରୁଖ ଖାନ ଓ ହ୍ରିତିକ ରୋଶନ ଖୁବଶୀଘ୍ର ଏକାଠି ନଜର ଆସିବେ ବୋଲି ସୂଚନା ମିଳିଛି । ଏଥିପାଇଁ ଏହି ତିନି ସୁପରଷ୍ଟାରଙ୍କ ଫ୍ୟାନ୍ସମାନଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିବାକୁ ପଡିବ । ସୂଚନା ଅନୁଯାୟୀ ହ୍ରିତିକ ‘ପଠାନ’ କିମ୍ବା ‘ଟାଇଗର-୩’ ରେ ନଜର ଆସିପାରନ୍ତି । ସେହିପରି ଶାହାରୁଖ ‘ଟାଇଗର-୩’ରେ କ୍ୟାମିଓ କରିବେ ସେହିଭଳି ସଲମାନ ମଧ୍ୟ ଫିଲ୍ମ ‘ପଠାନ’ରେ ନଜର ଆସିବେ । ତେବେ ରିପୋର୍ଟ ଅନୁଯାୟୀ ହ୍ରିତିକ୍‌ ‘ୱାର-୨’ ପରେ ଏହି ପ୍ରୋଜେକ୍ଟରେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ଆଦିତ୍ୟ ଚୋପ୍ରା ଏଭଳି ଭାବରେ ନିଜର ଜାସୁସି ଫ୍ରାଞ୍ଚାଇଜି ତିଆରି କରୁଛନ୍ତି ଯାହାଦ୍ୱାରା ୩ ଜଣ ସୁପରଷ୍ଟାର ଏକାଠି ନଜର ଆସି ପାରିବେ ।

ଅନ୍ୟପକ୍ଷରେ କ୍ୟାଟ୍ରିନା କୈଫ୍‌ ଏବଂ ଦୀପିକା ପାଦୁକୋନଙ୍କ ପରି ସଲମାନ ଏବଂ ଶାହାରୁଖଙ୍କ ସହ କାମ କରୁଥିବା ଆଦିତ୍ୟ ଚୋପ୍ରାଙ୍କ ଜାସୁସି ଫ୍ରାଞ୍ଚାଇଜିର ଫିଲ୍ମ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇପାରେ ବୋଲି କୁହାଯାଉଛ । ରିପୋର୍ଟ ମୁତାବକ ୟଶ ରାଜ ଫିଲ୍ମରେ ଏହି ତିନି ବଡ଼ ସୁପରଷ୍ଟାର ଏକାଠି ନଜର ଆସିବେ । ଏହା ଉପରେ ଏବେ କାମ ଚାଲୁ ରହିଛି । ଏଥିପାଇଁ ଦର୍ଶକମାନେ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି ।