ରାଜ୍ୟରେ ଅସମ୍ଭାଳ ତାତି

ଭୁବନେଶ୍ଵର: ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି। ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି ।

ମିଳିଥିବା ସୂଚନା ମୁତାବକ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡାରେ ୩୪.୨ ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।