ପିସିସି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୫ /୦୮: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ୭୭ତମ ପବିତ୍ର ସ୍ୱାଧୀନତା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅତୁଲ୍ୟ ନେତୃତ୍ୱ ଏବଂ ଅଗଣିତ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀଙ୍କର ତ୍ୟାଗ ଓ ବଳିଦାନପାଇଁ ଆମେ ସ୍ୱାଧୀନତା ପ୍ରାପ୍ତ ହୋଇଛେ ।

ବ୍ରିଟିଶ ଠାରୁ ଦେଶକୁ ମୁକୁଳାଇବା ପାଇଁ ଯେଉଁ ମହା ମନୀଷିମାନେ ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଜବାହରଲାଲ ନେହେରୁ, ମୌଲାନା ଆବୁଲ କାଲାମ ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଭୃତିଙ୍କ ତ୍ୟାଗର ପଟାନ୍ତର ନାହିଁ । ଦେଶ ସ୍ୱାଧୀନ ହେଲାପରେ ପ୍ରଥମ ପଣ୍ଡିତ ନେହେରୁଙ୍କ ଦୁରଦୃଷ୍ଟି ଯୋଗୁଁ ଦେଶରେ ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, ଗମନାଗମନର ବୈପ୍ଳବିକ ପରିବର୍ତନ ପାଇଁ ଭିତିଭୂମି ସ୍ଥାପନ ହୋଇଥିଲା । ଲାଲବାହାଦୁର ଶାସ୍ତ୍ରୀଙ୍କ “ଜୟ ଜବାନ ଜୟ କିଷାନ” ଆହ୍ୱାନ, ଇନ୍ଦିରା ଗାନ୍ଧୀଙ୍କ ଗରିବ ହଟାଅ କାର୍ଯ୍ୟକ୍ରମ, ରାଜୀବ ଗାନ୍ଧୀଙ୍କ କାରିଗରି ଓ ବୈଷୟୀକ ଜ୍ଞାନ କୌଶଳର ବିକାଶ, ୧୮ ବର୍ଷର ଯୁବକଯୁବତୀଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସୁଯୋଗ ଇତ୍ୟାଦି ଦେଶରେ ବୈପ୍ଳବିକ ପରିବର୍ତନ ଆଣିଦେଇଥିଲା ।

ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଉପା ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ କୃଷକମାନଙ୍କ ଉପରୁ ୭୦ ହଜାର କୋଟି ଟଙ୍କା ଋଣଛାଡ଼ ଦ୍ୱାରା ଚାଷୀଙ୍କ ଦୁଃଖ ଲାଘନ ହେବା ସହ ଆଗକୁ ବଢ଼ିବାପାଇଁ ପ୍ରେରଣା ଓ ସୁଯୋଗ ମଳିଥିଲା । ଆଜି ଦେଶ ଓ ରାଜ୍ୟର ଜନସାଧାରଣ ଏକ ଘଡ଼ିସନ୍ଦି ମୁହୂର୍ତ ଦେଇ ଗତି କରୁଛନ୍ତି । ଦରଦାମର ବୃଦ୍ଧି ଆଜି ଅନିୟନ୍ତ୍ରିତ ହୋଇପଡ଼ିଛି । ମଣିପୁର ହିଂସା ଓ ନାରୀ ନିର୍ଯ୍ୟାତନା ଘଟଣା ଡବଲ ଇଞ୍ଜିନ ସରକାରର ଅସଲ ସ୍ୱରୂପ ପଦାରେ ପକାଇଦେଇଛି । ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ଗସ୍ତରେ ଯାଇନାହାନ୍ତି । ବେକାର ଯୁବକ ଯୁବତୀ ରାଜ୍ୟରେ ରୋଜଗାର ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଜନସାଧାରଣ ବର୍ତମାନ ହା ହୁତାସ ମଧ୍ୟରେ କାଳ କାଟୁଛନ୍ତି । ବହୁ ବାଧାବିଘ୍ନ ସତ୍ୱେ ଏବେବି ପ୍ରତି ଗାଁ ଗହଳରେ କଂଗ୍ରେସ ଭାଇଭଉଣୀମାନେ ସ୍ୱାଭିମାନର ସହ ରହିଛନ୍ତି ।

ସେମାନେ ଦଳପାଇଁ ପାହାଡ଼ଭଳି ଦୃଢ଼ ଭାବରେ ଠିଆ ହୋଇଛନ୍ତି । ସେମାନଙ୍କୁ ମୁଁ ଆଜି ଅନ୍ତରରସହ କୃତଜ୍ଞତା ପ୍ରକାଶ କରୁଛି । ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ଫେରାଇ ଆଣି ରାଜ୍ୟକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାପାଇଁ ଜନସାଧାରଣ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସକୁ ସେବା କରିବାପାଇଁ ସୁଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ । ବିଜେଡ଼ି ଓ ବିଜେପିର ପ୍ରୀତି ଏବଂ ଭିତିରି ବୁଝାମଣା ଆଜି ପଦାରେ ପଡ଼ିଯାଇଛି । ଦୁଇ ସରକାର ଏବଂ ଦୁଇଟି ଦଳ ଜନସାଧାରଣଙ୍କ ଆଗରେ ଅଭିନୟ କରୁଛନ୍ତି ।

ଜନଉତ୍ପୀଡ଼ନ, ଲୁଣ୍ଠନ, ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ବେନିୟମ ଭାବରେ ଦଖଲ କରିବା, ଏଇ ଦୁଇ ସରକାରର ମୁଖ୍ୟ ନୀତି ହୋଇଛି । ଆଜି ଆମ ସମସ୍ତଙ୍କର ଏକ ସଂକଳ୍ପର ଦିବସ, ଅମାର ମହାମନୀଷିମାନେ ସ୍ୱାଧନତାପରେ ଯେଉଁ ଭାରତବର୍ଷର ପରିକଳ୍ପନା କରିଥିଲେ ତାହାକୁ ସାକାର କରିବାକୁ ଆମେ ଶପଥ ନେବା ଏବଂ ଏହାର ରୂପାୟନ ପାଇଁ କାର୍ଯ୍ୟ କରିବା ।

ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ । ପରେ ପରିସରରେ ଥିବା ମହାମନୀଷିମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ କାହ୍ନୁ ଚରଣ ଲେଙ୍କା, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ରବିନ୍ଦ୍ର କୁମାର ସେଠୀ, ନବୀନଚନ୍ଦ୍ର ନାରାୟଣ ଦାସ, ଯୁଧିଷ୍ଠୀର ଜେନା, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଡ. ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, କୁମାର ଶ୍ରୀ ଚିରଞ୍ଜିବ, ରଶ୍ମି ମହାପାତ୍ର, ସଂଧ୍ୟା ମହାପାତ୍ର, ଅମୀୟ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ହଳଧର ସେଠୀ, ବାଙ୍କନିଧି ବେହେରା, ଜଆଉଲ ହକ, ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟକୃଷ୍ଣ ମଲ୍ଲିଆ, ରଜନୀ ମହାନ୍ତି, ତରୁଣ ମିଶ୍ର, ପ୍ରଣତୀ ମିଶ୍ର, ପଂଚାନନ ଦାସ, ପୃଥିବୀବଲ୍ଲଭ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ବିଶ୍ୱକଲ୍ୟାଣୀ କର, ସତ୍ୟବ୍ରତ ନାୟକ, ଲିଙ୍ଗରାଜ ସାହୁ, ମଧୁସ୍ମିତା ସେଠୀ, ନରୋତମ ନାୟକ, ଅମିତା ବିଶ୍ୱାଳ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ରାଜକିଶୋର ବାରିକ, ସିଲି ସେଠୀ, ପ୍ରଭାତ ପ୍ରତାପ ସିଂ, ଅଭିଶେକ ରାଉତ, ମନୋଜ ସାହୁ, ପୁଷ୍ପିତା ଦାସ, ସୁଭ୍ରଦା ମିଶ୍ର, ଦୀପକ ମହାପାତ୍ର, ଅକ୍ଷୟ ଦାସ, ରତ୍ନାକର ବେହେରା, ମଧୁସ୍ମିତା ପରିଡ଼ା, ନଳିନୀ ବେହେରା, ଦେବେନ୍ଦ୍ର ପ୍ରସାଦ ଦାସ, ସୁଜ୍ଞାନୀ ପଟ୍ଟନାୟକ, ଉମା ସ୍ୱାଇଁ, ଅଜୟ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ରାମକୃଷ୍ଣ ପରିଡ଼ା, ମୋହନ ଜେନା, ମିହିର ଆଚାର୍ଯ୍ୟ, ଏମଡି ଶାହାଦୁଲ୍ଲା, ନିରୋଦ ବରଣ ଖୁଂଟିଆ, ଆଲୋକ ମହାନ୍ତି, ସଂକୁନା କହଁର, ପ୍ରହଲ୍ଲାଦ ନାୟକ, ସୁଧାଂଶୁ ମହାନ୍ତି, ସଂଜୟ ମିଶ୍ର, ଭାସ୍କର ସେଠୀ, ବିରଂଚି ବାରିକ, ସୁନିଲ କୁମାର ମାଟିଆ, ମହମ୍ମଦ ଗୁଲଫାମ, ବିନୋଦ ପାଣି, ଖଗେଶ୍ୱର ମଲ୍ଲିକ, ମୁନି ଥାପ୍ପା, କୁଳମଣି ସାହୁ, ତାପସ ସେଠୀ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।