ଅସହ୍ୟ ତାତି ; ଆଜିଠୁ ଜଳିବ ସାରା ଓଡ଼ିଶା

ଭୁବନେଶ୍ବର : କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗ‌ରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରି ପ୍ରବାହିତ ହେବ। ୧୬ ଓ ୧୭ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ‌ହେବ।