ଚେନ୍ନାଇକୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

ଚେନ୍ନାଇ: ବୋଲରଙ୍କ ସଫଳତା ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍‌ସ କୁ ୬ ୱିକେଟରେ କେକେଆର୍ ପରାସ୍ତ କରିଛି। ଶିବମ୍ ଦୁବେ ଓ ଡେଭନ୍ କନ୍‌ୱେଙ୍କ ଲଢ଼ୁଆ ଇନିଂସ ଯୋଗୁଁ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୬ ୱିକେଟରେ ୧୪୪ ରନ୍‌ କରିଥିଲା।

ନୀତୀଶ-ରିଙ୍କୁଙ୍କ ଇନିଂସ ଯୋଗୁଁ ୯ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ କେକେଆର୍‌ ମ୍ୟାଚ୍‌ ଜିତିଥିଲା। ଏହି ମ୍ୟାଚ୍‌କୁ ଜିତିଥିଲେ ସିଏସ୍‌କେ ପ୍ଲେଅଫ୍‌ରେ ପହଞ୍ଚିଥାଆନ୍ତା। ତଥାପି ୧୩ଟି ମ୍ୟାଚ୍‌ରୁ ୫ମ ପରାଜୟ ସତ୍ତ୍ବେ ସିଏସ୍‌କେ ପ୍ଲେଅଫ୍ ଦୌଡ଼ରେ ରହିଛି। ୧୩ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ କେକେଆର୍‌ ଦଳ ପ୍ଲେଅଫ୍ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି।