IPS ଅଧିକାରୀସ୍ତରରେ ଅଦଳବଦଳ; କଟକ ଓ ନୟାଗଡ଼ ଏସ୍‌ପି ବଦଳିଲେ

ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍‌ ଅଧିକାରୀସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଦଳ କରାଯାଇଛି। ସୂଚନା ଅନୁଯାଇ, ଶୁକ୍ରବାର ଗୃହବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ୨୦୦୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ତଥା ମାନବିକ ଅଧିକାର ସୁରକ୍ଷା ଆୟୋଗ(ଏଚଆରପିସି)ର ଆଇଜିପି ସେଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜିପି ଭାବେ ବଦଳି କରାଯାଇଛି।

ସେହିପରି ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଡ. ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ ଡିଆଇଜିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସିର ଡିଆଇଜିପି, ୨୦୧୧ ବ୍ୟାଚ୍‌ର ଆଇପିଏସ୍ ଯୁଗଳ କିଶୋର କୁମାର ବନୋଥଙ୍କୁ ପୁଲିସ ମୁଖ୍ୟାଳୟର ଏଆଇଜିପି, ୨୦୧୫ ବ୍ୟାଚର ଆଇପିଏସ୍ ରାହୁଳ ଜୈନଙ୍କୁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଏବଂ ମିହିର କୁମାର ପଣ୍ଡାଙ୍କୁ କଟକ ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଛି।