ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍) : ସୋମବାରରୁ ବାଜିବ ସ୍କୁଲ ଘଣ୍ଟି । କୋଳାହଳରେ କମ୍ପିବ କ୍ୟାମ୍ପସ । ଅଫଲାଇନ୍ ପାଠପଢା ସହ ପରୀକ୍ଷା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଦଶମ ଓ ଦ୍ୱାଦଶ ବୋର୍ଡକୁ ନିର୍ଦ୍ଦେଶ । ପରୀକ୍ଷା ନିଶ୍ଚିତ, ନିର୍ଦ୍ଧାରିତ ତାରିଖକୁ ଅପେକ୍ଷା । ସରକାରଙ୍କ ଘୋଷଣା ପରେ ଚାଲିଛି ସ୍କୁଲ ସଫେଇ କାର୍ଯ୍ୟକ୍ରମ । ସଜଡା ଚାଲିଛି ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା । କରୋନା ତୃତୀୟ ଲହର ପାଇଁ ବନ୍ଦ ଥିଲା ପିଲାଙ୍କ ପାଠପଢା । ହେଲେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ୱ ସମସ୍ତ ଶ୍ରେଣୀରେ ଆରମ୍ଭ ହେବ ପାଠପଢା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଟାଇମ ଜାରି କରାଯାଇଛି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢା ହେବ । ପୂର୍ବପରି ମଧ୍ୟାହ୍ନ ଭୋଜନ ପାଇଁ ରାସନ ଯୋଗାଣ ଜାରି ରହିବ ବୋଲି ସୂଚନା ମିଳିଛି ।