ଜୟ ଜଗନ୍ନାଥ ବ୍ଲକ ସଙ୍କୀର୍ତ୍ତନ କଳା ପରିଷଦର ବାର୍ଷିକ ଉତ୍ସଵ ପ୍ରସ୍ତୁତି ଚୂଡାନ୍ତ       

ଗୁରୁବାର ପୂର୍ବାହ୍ନରେ ଜୟ ଜଗନ୍ନାଥ ବ୍ଲକ ….

ବରୀ : ଗୁରୁବାର ପୂର୍ବାହ୍ନରେ ଜୟ ଜଗନ୍ନାଥ ବ୍ଲକ ସଙ୍କୀର୍ତ୍ତନ କଳା ପରିଷଦର ବାର୍ଷିକ ଉତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ନୀଳମଣି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ  ଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରତି ବର୍ଷ ଭଳି ଆସନ୍ତା ୩୦ ତାରିଖରେ ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ପରିଷଦର ସମ୍ପାଦକ ନଟବର ମହାନ୍ତି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ଥିବା ପୁରୁଶ ଓ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀର ସଭ୍ୟ ସଭ୍ୟା ମାନେ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଅନୁରୋଧ କରାଯାଇଛି।ବୈଠକରେ ବରିଷ୍ଠ କଳାକାର ଚକ୍ରଧର ସାମଲ, ବିପିନ ବିହାରୀ ମହାନ୍ତି, ନିତ୍ୟାନନ୍ଦ ସ୍ୟାନ୍ତି, ମନମୋହନ ଜେନା, ନଟବର ମଳିକ, ପ୍ରଶାନ୍ତ ଦଳେଇ, ଅନାଦି ଜେନା, ପଞ୍ଚାନନ ମଳିକ, ମୁକ୍ତେଶ୍ଵର ମହାନ୍ତି,ନାରାୟଣ ଚନ୍ଦ୍ର ରଣା, ଶ୍ରୀବତ୍ସ ଲଛନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ସମ୍ପାଦକ ନଟବର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।