ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦାର୍ଶନୀ

ଯାଜପୁର ଜିଲ୍ଲା ଧର୍ମଶାଳା ଶିକ୍ଷ୍ୟା ମଣ୍ଡଳ ଅନ୍ତର୍ଗତ …

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଶିକ୍ଷ୍ୟା ମଣ୍ଡଳ ଅନ୍ତର୍ଗତ ମହିଶରା ଗ୍ରାମପଞ୍ଚାୟତର ସ୍ଵପ୍ନେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ, ବାଟିଯୋଡ଼ାରେ ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବଟି ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ-ଶ୍ରୀ ପର୍ଶୁକାନ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ l ମୁଖ୍ୟ ଵକ୍ତା ଭାବେ -ଶ୍ରୀମତୀ ଦମୟନ୍ତୀ ମହାନ୍ତି, ବିଜ୍ଞାନ ଶିକ୍ଷୟିତ୍ରୀ- ମା ସିନ୍ଦୁରେଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଶ୍ରୀଅନିଲ କୁମାର ଦଳ ବେହେରା,ବିଜ୍ଞାନ ଶିକ୍ଷକ- ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ,ଶ୍ରୀ ଆଶୁତୋଷ ନାୟକ, ସଂଯୋଜକ-ଆଞ୍ଚଳିକ ସାଧନ କେନ୍ଦ୍ର-ଦୌଲତପୁର, ଶ୍ରୀ ପ୍ରକାଶ କୁମାର ନାୟକ, ଚେୟାରପର୍ଶନ-ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶ୍ରୀ ସୁରେଶ କୁମାର ନାୟକ, ସଭାପତି -ପଞ୍ଚସଖା ଶିକ୍ଷା ସେତୁ ଇତ୍ୟାଦି ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ବୈଜ୍ଞାନିକଙ୍କ ବିଷୟରେ ପିଲାମାନଙ୍କୁ ଅବଗତ କରିଥିଲେ ଏବଂ ବିଜ୍ଞାନର ଅଗ୍ରଗତି ଯୋଗୁଁ ଦେଶ ଅଗ୍ରଗତି କରିପାରୁଛି ବୋଲି ମତବ୍ୟକ୍ତ କରିଥିଲେ

l ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ସାରଥୀ ହାଁସଦା, ସୁଜାତା ରାଉତ ଓ ସୁଶାନ୍ତ କୁମାର ସାହୁଙ୍କ ବଳିଷ୍ଠ ତତ୍ୱାବଧାନରେ ବରିଷ୍ଠ ବିଭାଗରୁ ୩୩ଟି ଓ କନିଷ୍ଠ ବିଭାଗରୁ ୩୪ଟି ମୋଟ ୬୭ଟି ପ୍ରକଳ୍ପ ପିଲାମାନେ ପ୍ରଦର୍ଶନ କରିଥିଲେ l ତନ୍ମଧ୍ୟରୁ ବରିଷ୍ଠ ବିଭାଗରୁ ପ୍ରଥମ-ରୁଦ୍ରପ୍ରସାଦ ନାୟକ (ନବମ ), ଦ୍ଵିତୀୟ-ଦୁର୍ଗାପ୍ରସନ୍ନ ସାହୁ (ଦଶମ) ଓ ତୃତୀୟ-ଅର୍ଚିତା ପଣ୍ଡା (ଦଶମ) ସ୍ଥାନ ଏବଂ କନିଷ୍ଠ ବିଭାଗରୁ ପ୍ରଥମ-ଦିବ୍ୟପ୍ରକାଶ ନାୟକ (୦୭ମ), ଦ୍ଵିତୀୟ-ମିତାଲି ମଳିକ (ଅଷ୍ଟମ) ଓ ତୃତୀୟ- ଚନ୍ଦ୍ରକାନ୍ତ ଗୁରୁ (ଅଷ୍ଟମ) ଏବଂ ଆୟୁଷ ନାୟକ (ଷଷ୍ଠ) ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ଅବଶିଷ୍ଟ ସମସ୍ତ ୬୦ଜଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ପେନ ସାନ୍ତ୍ୱନା ମୂଳକ ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା l

ଉକ୍ତ ଉତ୍ସବରେ ବିଦ୍ୟାଳୟ ର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବେଦପାଠ-ଶ୍ରୀମତୀ ଦୀପାଳି ମହାରଣା,ଅତିଥି ପରିଚୟ -ଶ୍ରୀ ରଞ୍ଜନ କୁମାର ନାୟକ, ସ୍ୱାଗତ ଭାଷଣ -ଶ୍ରୀପ୍ରଦୀପ କୁମାର ପ୍ରଧାନ ସମ୍ପାଦନ କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ରଶ୍ମିତା ମହାରଣା, ସ୍ରୋତସ୍ୱିନୀ ଦାସ,ରାଜଲକ୍ଷ୍ମୀ ମହାପାତ୍ର,ସୁକାନ୍ତ କୁମାର ଦେହୁରୀ, ନବୀନ ଦେହୁରୀ, ଚମ୍ପା ଦାସ ଓ ମଞ୍ଜୁଳା କବି ଏବଂ ଶିକ୍ଷକର୍ମୀ ଭାବେ ବିଭାସ କୁମାର ପାତ୍ର, କାହ୍ନୁ ଚରଣ ପଣ୍ଡା ଓ ସୁଜିତ ପରିଡା ତତସହିତ ବିଦ୍ୟାଳୟ ପରିଚାଳନା କମିଟି ଓ ପଞ୍ଚସଖା ଶିକ୍ଷାସେତୁର ସମସ୍ତ ସଭ୍ୟ-ସଭ୍ୟାଙ୍କ ସହ ଜୁନିଅର ରେଡ କ୍ରସର ସମସ୍ତ ଛାତ୍ର-ଛାତ୍ରୀଙ୍କ ଓ ବିଦ୍ୟାଳୟର ପାଚିକା-ସହାୟିକାଙ୍କ ବଳିଷ୍ଠ ସହଯୋଗରେ ପ୍ରଦାର୍ଶନୀ ଉତ୍ସବଟି ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିଲା l ଶିକ୍ଷକ ଶ୍ରୀ ସଚ୍ଚିଦାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ପରିଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀମନମୋହନ ସଏ ଧନ୍ୟବାଦ ଅର୍ପଣ କରିଥିଲେ l