ଭଡା ଘରେ ଚାଲିଥିଲା ଦେହଜୀବୀ କାରବାର

୪ ବଙ୍ଗୀୟ ଯୁବତୀଙ୍କୁ ସୁଧାର ଗୃହରେ ଛାଡିଲା ପୁଲିସ

କଳିଙ୍ଗନଗର ମୁଖଶାଳା ବ୍ୟାସନଗର ….

ବ୍ୟାସନଗର: କଳିଙ୍ଗନଗର ମୁଖଶାଳା ବ୍ୟାସନଗର ସହରର ଖ୍ୟାତିକୁ ସଂକୁଚିତ କରୁଛନ୍ତି ଶିଳ୍ପ ନଗରୀର ଅଣ ଓଡ଼ିଆ। ବ୍ୟାସନଗର ପୌର ପରିଷଦ ଉମାପଦା ଲକ୍ଷ୍ମୀ ନାରାୟଣ ମନ୍ଦିର ପଛ ପଟ ଗଳିରେ ଥିବା ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ଏଠାରେ ଦେହଜୀବୀ କାରବାର ଚାଲୁଥିବା ନେଇ ଖବର ପାଇଥିଲା ଯାଜପୁର ରୋଡ଼ ପୁଲିସ। ଆଜି ସଦଳ ବଳେ ପୁଲିସ ସେଠାରେ ପହଞ୍ଚି ଏହି ଘଟଣାର ପର୍ଦ୍ଧାଫାଶ କରିଛି। ଘଟଣାସ୍ଥଳରୁ ଦେହଜୀବୀ କାରବାରରେ ଲିପ୍ତ ୪ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରି ସୁଧାର ଗୃହରେ ଛାଡ଼ିଛି। ଭଡା ଘରେ ରହି ଏହି ଅନୈତିକ କାର୍ଯ୍ୟ ସଂଚାଳନ କରୁଥିବା କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ଅଞ୍ଚଳର ସୁକାନ୍ତ ମହାନ୍ତିଙ୍କ ପତ୍ନୀ ସୁମିତ୍ରା (୪୫) ଓ ଯାଜପୁର ରୋଡ଼ ଥାନା କାଙ୍କଡାଝର ଗ୍ରାମର ଶତ୍ରୁଘନ ଜେନାଙ୍କ ପୁଅ ମାନସ (୨୫) ୨ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ପୁଲିସ।ଦେହଜୀବୀ କାରବାରରେ ଲିପ୍ତ ୪ ବାଙ୍ଗୀୟ ଯୁବତୀଙ୍କୁ ସୁଧାର ଗୃହରେ ଛାଡି ଅଧିକ ତଦନ୍ତ ଚଳାଇଛି ପୁଲିସ। ଏନେଇ ଥାନା କେସ ନମ୍ବର ୭୪୦/୨୫ ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାବେଳେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ଓ ଗରାଖ ଭାବେ କେଉଁମାନେ ଅଛନ୍ତି ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।