ଯାଜପୁର: ସମୟ ପୂର୍ବାହ୍ନ ୧୦ଟା ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ମହିଷରା ପଂଚାୟତ ରମ୍ପେଇ ଗ୍ରାମର ଶତ୍ରୁଘ୍ନ୍ନ ନାୟକଙ୍କ ପୁତ୍ର ସଂଜୀବ ନାୟକ ଏକ ବାଇକରେ ବସି ଚଡ଼େଇଧାରା ସ୍ଥିତ ଜଗନ୍ନାଥ ଜୀଉ ମହାବିଦ୍ୟାଳୟକୁ ଯାଉଥିବା ବେଳେ କୁରିକଣା ଛକ ନିକଟରେ ତାଙ୍କୁ ପଛରୁ ଓଡି-୦୪ ସ ୦୦୩୧ ନମ୍ବର ର ଏକ ହାଇୱା ଧକ୍କା ଦେଇ ସଂଜୀବ ଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । ରାସ୍ତା ରୋକ ସହ ଦୁର୍ଘଟଣା ଘଟଇଥିବା ହାଇୱା ସହ ଅନ୍ୟ ତିନୋଟି ହାଇୱା ଯଥା ଙଊ୦୪ଝ -୦୦୧୬, ଙଊ୦୪ ଟ -୩୯୩୮ ,ଙଊ୦୪ ଟ -୩୯୧୪ ନମ୍ବର ବିଶିଷ୍ଟ କୁ ଜାଳିଦେଇଥିଲେ । ଖବର ପାଇ ଚଡେଇଧରା, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ର ଦୁଇଟି ଦମକଳ ପହଂଚି ନିଆଁ କୁ ଆୟତ କରିଥିଲେ ।କିନ୍ତୁ ସେତେବେଳକୁ ୪ଟି ହାଇୱା ସମ୍ପୂର୍ଣ୍ଣ ପୋଡି ସାରିଥିଲା।
ପ୍ରଶାସନ ଓ ଗାଡ଼ିମାଲିକ ଏବଂ ସ୍ଥାନୀୟ ମୁରବୀଙ୍କ ସହ ଆଲୋଲାନା ହୋଇ ମୃତ୍ୟୁକ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସହମତି ପରେ ରାସ୍ତାରୋକ ହଟିଥିଲା । ତୀବ୍ର ଉତ୍ତେଜନା କୁ ପ୍ରଶମିତ କରିବାକୁ ଜେନାପୁର, ଧର୍ମଶାଳା, କୁଆଖିଆ, ବଡ଼ଚଣା ଥାନା,ଚଣ୍ଡିଖୋଲ, ଚଡେଇଧରା ଫାଣ୍ଡି ସହ ଜିଲ୍କା ହେଡ଼ କ୍ୱାଟରରୁ ବ୍ୟାପକ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଂଚି ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କୁ ଆଣିଥିଲେ । ଦ୍ରୁତ ଗାଡିଚାଳନା ରେ ରୋକ ପାଇଁ ସ୍ପିଡି ବ୍ରେକର, ସତର୍କ ସୂଚନା ଫଳକ ଲଗାଇବା ସହ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନା ତା ସୃଷ୍ଟି ସହ ଖଣିଜ ପରିବହନ ପାଇଁ ସ୍ୱତନ୍ତ୍ର କରିଡର ନିର୍ମାଣ ପାଇଁ ବୁଦ୍ଧିଜୀବି ଦାବି କରିଛନ୍ତି । ଗତ ମାସରେ ଏମିତି ହାଇୱା ଧକ୍କାରେ ତେଲୋର ଗ୍ରାମର ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଆଜି ରମ୍ପେଇ ର ଛାତ୍ର ମୃତ୍ୟୁ ଖଣି ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।ଉଭୟ ପରିବାରର ଥିଲେ ଏକ ମାତ୍ର ସନ୍ତାନ ।