ଝାରସୁଗୁଡ଼ା ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ାର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ….

ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବେହେରାମାଲ ଛକ ନିକଟ ଚକ୍ଷୁ ଚିକିତ୍ସାଳୟରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ, ଗୁରୁବାର ସକାଳେ ଚକ୍ଷୁ ଚିକିତ୍ସାଳୟ ପରୀକ୍ଷାଗାରରେ ନିଆଁ ଲାଗି ଯାଇଥିଲା। ନିଅାଁ କ୍ରମେ କାଗଜପତ୍ର, ଚେୟାର, ଟେବୁଲ, କେବୁଲ୍‌ ଏବଂ ଅନେକ ଚିକିତ୍ସା ଉପକରଣକୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ପହଂଚି ନିଅାଁ ଲିଭାଇ ଥିଲେ। ଅଗ୍ନିକାଣ୍ଡରେ କୌଣସି ରୋଗୀ କ୍ଷତିଗ୍ରସ୍ତ ହୋଇନାହାନ୍ତି।

ଝାରସୁଗୁଡ଼ା ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ପରୀକ୍ଷାଗାର ଭିତରେ ଥିବା ଅନେକ ମେସିନ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ଡାକ୍ତରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ଅଧିକ କ୍ଷତି ହୋଇଛି। ଉପଯୁକ୍ତ ସୁରକ୍ଷା ମାନଦଣ୍ଡ ବଜାୟ ରଖିବାରେ ବିଫଳତା ପାଇଁ କର୍ତୃପକ୍ଷ ତ୍ରିଲୋଚନ ନେତ୍ରାଳୟ ନିକଟକୁ ନୋଟିସ୍‌ ଜାରି କରିପାରନ୍ତି।

ଏହି ଘଟଣା ହସ୍ପିଟାଲ ଏବଂ କ୍ଲିନିକ୍‌ ପରିଚାଳକଙ୍କୁ ଅଗ୍ନି ନିରାପତା ବ୍ୟବସ୍ଥାକୁ ମଜଭୁତ କରିବାକୁ ଚେତାବନୀ କରିଛି। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ନିଅାଁ ବ୍ୟାପିବାର ଆଶଙ୍କା ରହିଛି। ନିୟମିତ ଯାଂଚ, ଉପଯୁକ୍ତ ତାର ଏବଂ ଅଗ୍ନି ଆଲାରାମ୍‌ ସମାନ ବିପର୍ଯ୍ୟୟକୁ ରୋକିପାରିବ।