ଓଡ଼ିଶାକୁ ମୋଦିଜୀଙ୍କ ଦଶହରା ଭେଟି ୧୭୦୦ କୋଟି

ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେବାକୁ ଯାଉଛନ୍ତି ୧୭୦୦ କୋଟି ଟଙ୍କାର ପୂଜା ଭେଟି ।

୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶାର ଝାରସୁଗୁଡ଼ାରେ ପଦାର୍ପଣ କରିବେ, ଜନସଭାରେ ଯୋଗଦାନ କରିବେ ।

୧୭୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ସେପ୍ଟେମ୍ବର ୨୭ ତାରିଖ ଦିନ ମୋଦିଜୀଙ୍କୁ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ଥିଲା । ତେବେ ସେଦିନ ବ୍ରହ୍ମପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଗସ୍ତ କାର୍ଯ୍ୟକ୍ରମ ଝାରସୁଗୁଡ଼ାକୁ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ହଲାଇ ବ୍ରହ୍ମପୁର-ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଯାତାୟତକୁ ଅନୁମତି ପ୍ରଦାନ କରିବେ । ଏହି ଏକ୍ସପ୍ରେସ ନିୟମିତ ଚଳପ୍ରଚଳ କରିବ ।

ଫଳରେ ଦୈନିକ ହଜାର ହଜାର ଯାତ୍ରୀ ସୁବିଧା ପାଇବେ ।

ମୋଦିଜୀଙ୍କ ଝାରସୁଗୁଡ଼ା ସଭାରେ ଯେପରି ଜନତାଙ୍କ ଭିଡ଼ ଜମିବ, ସେଥିପାଇଁ ବିଜେପି ସଭାପତି ମନମୋହନ ସାମଲ ଆଗୁଆ ଝାରସୁଗୁଡ଼ା ଯାଇ ସବୁକିଛି ତଦାରଖ କରିଛନ୍ତି ।