ଚାକିରି ନାଁରେ ଠକେଇ: ଧରା ହେଲେ ୩ ବେଙ୍ଗଲୁରୁ ଠକ

ଭୁବନେଶ୍ୱର: ଚାକିରି କରାଇଦେବା ନାଁରେ ଠକେଇ । ଆଜି ରାଜଧାନୀ ଭୁବନେଶ୍ୱରରୁ ୩ ଆନ୍ତରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍ । ଏହି ଲୁଟେରା ମାନେ ବେଙ୍ଗଲୁରୁ ସମେତ ଅନେକ ରାଜ୍ୟରେ ନିଜର ନେଟୱାର୍କ ସ୍ଥାପନ କରି ଲୋକମାନଙ୍କୁ ଚାକିରି କରାଇଦେବା ନାଁରେ କୋଟି କୋଟ ଟଙ୍କା ଠକେଇ କରିଛନ୍ତି । ଏମାନଙ୍କ ନାରେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ମାମଲା ମଧ୍ୟ ରହିଛି ଯାହାକୁ ନେଇ ବେଙ୍ଗଲୁରୁ ପୋଲିସ୍ ଦୀର୍ଘ ଦିନରୁ ଏମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇ ଆସିଥିଲା ।

ଆଜି ଏମ।।ନଙ୍କୁ କମିଶନରେଟ୍ ପୋଲିସ୍ ସହାୟତାରେ ଗିରଫ କରାଯାଇଛି । ସରକାରୀ ଚାକିରି କରାଇଦେବା କହି ଏମାନେ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ଗିରଫ ୩ ଜଣଙ୍କ ମଧ୍ୟରେ ୨ଜଣ ଅଣଓଡ଼ିଆ ରହିଥିବା ଜଣେ ଓଙ୍ଗ଼ିଆ ଯୁବକ ରହିଥିବା ସୂଚନା ମିଳିଛି ।