ଓଡ଼ିଶାରେ କମିଲା ବସ୍ ଭଡ଼ା

ବସରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ତେଲ ଦର କମିବାରୁ ରାଜ୍ୟରେ କମିଛି….

ଭୁବନେଶ୍ୱର : ବସରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ତେଲ ଦର କମିବାରୁ ରାଜ୍ୟରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯ କୁ ହ୍ରାସ ପାଇଛି । ଏହା ସହ କିଲୋମିଟର ପିଛା ଏସି ବସ୍ ଭଡ଼ା ୬ ପଇସା କମିଛି । ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି । ବସ୍ ଭଡ଼ା ହାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।