କନ୍ଧମାଳ : ବିଦ୍ୟୁତ୍‍ ଆଘାତରେ ବିବାହିତ ମହିଳାଙ୍କ ମୃତ୍ୟୁ

ମୃତକ ମହିଳା ଜଣକ ହେଲେ ରିସୁ କହଁରଙ୍କ ସ୍ତ୍ରୀ ସତ୍ୟବତୀ କହଁର (୩୨)….

କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଂଚାୟତର ଲେଣ୍ଡ୍ରିଗାଁରେ ଜଣେ ବିବାହିତ ମହିଳା ଘର ପଛପଟେ କାମ କରୁଥିବା ବେଳେ ଘର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ରିସୁ କହଁରଙ୍କ ସ୍ତ୍ରୀ ସତ୍ୟବତୀ କହଁର (୩୨)। ଗୁରୁତର ଅବସ୍ଥାରେ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।