ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶୁଶ୍ରୀ ସୁକାନ୍ତି ନାଥ ଶର୍ମାଙ୍କ ପୌରାହିତ୍ୟ ସହକାରୀ ଶିକ୍ଷକ ଚିରଞ୍ଜୀବ ସାହୁଙ୍କ ସଂଯୋଜନାରେ ହୋଇଥିବା ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥିଭାବେ ଅଳପୁଆର ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମଚନ୍ଦ୍ର ସେଠି, ବ୍ରଜବିହାରୀ ଧଳ, ଅମରେନ୍ଦ୍ର ଦାଶ, ଦିଲ୍ଲୀପ ବିଶ୍ୱାଳ, ଶିକ୍ଷା ସଂଯୋଜକ ପ୍ରହଲ୍ଲାଦ ପଲାଇ ଓ କମିଟି ସଭାପତି ଉମାକାନ୍ତ ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ରୀଡାରେ ପାରଦର୍ଶିତା ଦେଖାଇ ଚାମ୍ପିୟନ ହୋଇଥିବା ସତ୍ୟଜିତ ନାୟକ, ଉର୍ମିରାଣୀ ବିହାରୀ, ସଂଗ୍ରାମ ମଲ୍ଲିକ, ଆନି ମଲ୍ଲିକ, ସିନୁ ମଲ୍ଲିକ, ସଞ୍ଜନା ଜେନାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବକୁ କ୍ରୀଡା ଶିକ୍ଷକ ସୁମିତ କୁମାର ମଲ୍ଲିକ, ଦୁଃଖ ମାରାଣ୍ଡି, ପରିଚାଳନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ପ୍ରତାପ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ବକ୍ତବ୍ୟ ବାର୍ଷିକ ବିବରଣୀ ପାଠ କରିଥିଵାଵେଳେ ଲୋକନାଥ ଲେଙ୍କା ଧନ୍ୟବାଦ ଦେଇଥିଲେ।ଶିକ୍ଷକ ନରେଶ କୁମାର ସ୍ୱାଇଁ, କୁଞ୍ଜଲତା ପାତ୍ର,ଲକ୍ଷ୍ମୀପ୍ରିୟା ଶର୍ମା, ପ୍ରମୋଦିନୀ ମାଦେଳି,ସୁଶ୍ରୀ ସସ୍ମିତା କର, ବିବେକାନନ୍ଦ ହରିଚନ୍ଦନ ସାହୁ, ସ୍ୱପ୍ନିଲ ଦାସ ଓ ପ୍ରଦ୍ୟୁମ୍ନ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ। ସଭା ଶେଷରେ ଛାତ୍ର/ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ !