ଗହୀର ମଥା ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ଟ୍ରଲର ଡେଜକୁ ଜବତ କଲା ବନ ବିଭାଗ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀର…

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀର ମଥା ନିଷିଦ୍ଧା ଅଂଚଳ ରୁ ରବିବାର ବେଆଇନ ଭାବେ ମାଛ ଧରୁଥିବା ଗୋଟିଏ ଟ୍ରଲର କୁ ବନ ବିଭାଗ ଜବତ କରିବା ସହ ସେଥିରେ ଥିବା ୯ଜଣ ମସ୍ୟଜୀବୀ ଙ୍କୁ ଗିରଫ କରିଛି । ସୂଚନା ରୁ ପ୍ରକାଶ ଯେ ରବିବାର ସକାଳେ ଗହୀର ମଥା ନିଷିଦ୍ଧା ଅଂଚଳର ବରୁଣେଇ ମୁହାଣ ଅଂଚଳରେ ଡେଜ ନାମକ ଏକ ଟ୍ରଲର ମାଛ ଧରୁଥିଲା । ଖବର ପାଇଁ ଗହୀର ମଥା ଫରେଷ୍ଟଏର ଶ୍ରୀଯୁକ୍ତ ମହନ୍ତ କୁମାର ମଲିକ ଟିମ ସହ ବରୁଣେଇ ଠାରେ ପହଂଚି ଉକ୍ତ ଟ୍ରଲରକୁ ଜବତ କରିଥିଲେ । ଏଥି ସହ ବୋଟରେ ଥିବା ୯ଜଣ ମସ୍ୟଜୀବୀଙ୍କୁ ଗିରଫ କରି ଗହୀର ମଥା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ସେମାନେ ହେଲେ ନରେନ ମାଝୀ (ବୋଟ ଡ୍ରାଇଭର), ସୁରେଶ ମାଝୀ, ଯୁଧିଷ୍ଠିର ଖଟୁଆ, ସୁଦର୍ଶନ ମଲିକ, ଅଜୟ ବେହେରା, ଗୟାଧର ଦାସ, ନିରଞ୍ଜନ ଖଟୁଆ, କମଳା କାନ୍ଥ ମଲିକ, ମକରା ତରାଇ । ସେମାନଙ୍କ ନିକଟରୁ ଏକ ଜିପିଏସ ମ୍ୟାପ, ୨ଟି, ଭିଏଚଏଫ ମେସିନ, ୧୦ଟି ମାଛ ଧରା ଜାଲ, ୨୯ କୁଇଣ୍ଟାଲରୁ ଉର୍ଦ୍ଧ ସାମୁଦ୍ରିକ ମାଛ ଜବତ କରାଯାଇଛି ।

ଗିରଫ ମସ୍ୟଜୀବୀ ବାଲେଶ୍ୱର ସଦର ଓ ବାଲେଶ୍ୱର ସୋର ଥାନା ଅଂଚଳର ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । ଗିରଫ ହୋଇଥିବା ମସ୍ୟଜୀବୀ ମାନଂକୁ କେନ୍ଦ୍ରାପଡ଼ା ସିଜେଏମଙ୍କ କୋର୍ଟରେ ହାଜ଼ର କରା ଯାଇଥିଲ । ଜାମିନ ନ ମିଳିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜ଼ତକୁ ପଠାଇ ଦିଆଯାଇଛି ।