ଝୁରୁଛନ୍ତି ଛାତ୍ର ଛାତ୍ରୀ ଅଭିଭାବକ ଶିକ୍ଷକ ଅରୂପାନନ୍ଦ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୋଳଥିଆ ସରକାରୀ ….

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୋଳଥିଆ ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ରେ ଶିକ୍ଷକ ଅରୂପାନନ୍ଦ ବିଶ୍ୱାଳ ଙ୍କ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି କ୍ଷ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ସାମଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳ,ମୁଖ୍ୟ ବକ୍ତା ସଚିତ୍ର ବେହୁରା,ସଂମ୍ମାନିତ ଅତିଥି ଭାବେ ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାମନ୍ତରାୟ,ସନାତନ ତରାଇ, ଚନ୍ଦ୍ରଭାନୁ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପେଣ୍ଠପାଳ ପଂଚାୟତ ର ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ଓ ପୂର୍ବତନ ସରପଞ୍ଚ ଧନେଶ୍ୱର ପ୍ରଧାନ ଯୋଗ ଦେଇଥିଲେ କ୍ଷ କୋଳଥିଆ ଏକ ବନ୍ୟା ଅଂଚଳ ହୋଇଥିବାରୁ ଅନ୍ୟ ଶିକ୍ଷକ ମାନେ ଉକ୍ତ ବିଦ୍ୟାଳୟ ରେ ଯୋଗ ଦେବା ପାଇଁ ଚାଁହୁ ନ ଥିବା ବେଳେ ଅରୂପାନନ୍ଦ ବିଶ୍ୱାଳ ପ୍ରଧାନ ଶିକ୍ଷକ ଭାବେ ବିଶ୍ଵକର୍ମା ସାଜି ବିଦ୍ୟାଳୟ ର ମାନଚିତ୍ର ବଦଳାଇ ଥିଲେ କ୍ଷ ସେ ଥିଲେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ କ୍ଷ ଶିକ୍ଷାଦାନ ସହିତ ବିଦ୍ୟାଳୟ ର ଉର୍ନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ କ୍ଷ ତାଙ୍କ ଅବସରକାଳୀନ ସଭା ରେ ପୂର୍ବତନ ପ୍ରଧାନଶିକ୍ଷକ ତ୍ରିଲୋଚନ ପାତ୍ର, କମିଟି ସଭାପତି ବାବୁରାମ ସେଠି, ଅଳପୁଆ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ନାଥଶର୍ମା, ବନ୍ଦେ ମାତରମ ହାଇସ୍କୁଲର ପ୍ରଧାନଶିକ୍ଷକ ଅମୀର ସେଠି, ମାଳତିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମଧୁଛନ୍ଦା ନାଥଶର୍ମା, ଦାମୋଦର ପାଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ବେହେରା, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ତାଙ୍କ ଗୁଣଗାନ କରିବା ସହିତ ସମ୍ବର୍ଦ୍ଧନା କରିଥିଲେ କ୍ଷ ଶିକ୍ଷକ ପ୍ରେମାନନ୍ଦ ଜୀବନ ଦାସ ସଭା କାର୍ୟ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ସ୍ୱାଇଁ ଓ ସ୍ମିତାଞ୍ଜଳି ନାୟକ ସହଯୋଗ କରିଥିଲେ କ୍ଷ ସଭା କାର୍ୟ୍ୟ ଶେଷ ରେ ଶିକ୍ଷକ ଚନ୍ଦନ ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ କ୍ଷ